Wednesday, October 7, 2026
31.4 C
Odisha

    ଦୁଷ୍କର୍ମକାରୀ ବାପାକୁ ୨୫ ବର୍ଷ ଜେଲ୍‌

    ଆଗକୁ ପଢନ୍ତୁ

    ନାବାଳିକା ଝିଅ ସହିତ ବାରମ୍ୱାର ଦୁଷ୍କର୍ମ କରିଥିବା ଅଭିଯୁକ୍ତ ବାପା ଫଗୁ ମାରାଣ୍ଡିକୁ ବାଲେଶ୍ୱର ଜିଲ୍ଲା ବିଚାର ବିଭାଗର ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ରଞ୍ଜନ କୁମାର ସୂତାର ୨୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଭିଯୁକ୍ତ ଦୋଷୀଙ୍କୁ ଅଧିକ ଦୁଇ ବର୍ଷ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ବିଚାରପତି ତାଙ୍କ ରାୟରେ ଦର୍ଶାଇ ଥିବାବେଳେ ପୀଡ଼ିତା ନାବାଳିକାକୁ ଆଇନସେବା ପ୍ରାଧିକରଣ ପକ୍ଷରୁ ୫ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦେବାକୁ ରାୟରେ ବିଚାରପତି ଉଲ୍ଲେଖ କରିଥିବାର ସମ୍ପୃକ୍ତ ବିଭାଗୀୟ ସୂତ୍ରରୁ ଜଣାଯାଇଛି । ଗତ ଅଗଷ୍ଟ ୬ରେ ସିଂଲା ଥାନାରେ ପୀଡ଼ିତା ନାବାଳିକାର ମା’ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ୱାମୀ ଫଗୁ ମାରାଣ୍ଡି ତାଙ୍କର ନାବାଳିକା ଝିଅ ସହିତ ବଳପୂର୍ବକ ଦୁଷ୍କର୍ମ କରୁଛି । ପୁଲିସ ମାମଲା ରୁଜୁ ପରେ ତଦନ୍ତ କରି ଅଭିଯୁକ୍ତ ଫଗୁ ମାରାଣ୍ଡିକୁ ଗିରଫ କରି ଜେଲ ପଠାଇ ଥିଲେ । ସୋମବାର ଦିନ ଏହି ଦୁଷ୍କର୍ମ ମାମଲାର ବିଚାରରେ ୧୨ଜଣ ସାକ୍ଷୀ ଓ ୨୮ଟି ଦଲିଲ ଦସ୍ତାବିଜ ଆଧାରରେ ବିଚାରପତି ସୂତାର ଅଭିଯୁକ୍ତ ଫଗୁ ମାରାଣ୍ଡିକୁ ଦୋଷୀ ସାବ୍ୟସ୍ତ କରିବା ପୂର୍ବକ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ ପଣ୍ଡା ସରକାର ତରଫରୁ ପରିଚାଳନା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ