Monday, August 31, 2026
24.4 C
Odisha

    ପାରମ୍ପରିକ ନୃତ୍ୟ ଗୀତରେ ଝୁମିଲେ ଦର୍ଶକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୧୮/୧୧: ଏକାମ୍ର ବାଲିଯାତ୍ରା ମହୋତ୍ସବ ଉଦ୍ଘାଟିତ ହେବା ପରଠାରୁ ଚଳଚଞ୍ଚଳ ହୋଇଛି ଏକାମ୍ର ନିର୍ବାଚନ ମଣ୍ଡଳୀର କୁଆଖାଇ ନଦୀପଠା। ପ୍ରଥମ ଥର ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଆଜି ମେଲୋଡି ନାଇଟ୍ ରେ ଲୋକପ୍ରିୟ କଣ୍ଠଶିଳ୍ପୀ ସୋୟମ୍ ପାଢ଼ୀ ଓ ଓଡ଼ିଆ ଚଳଚିତ୍ର ଅଭିନେତ୍ରୀ ଶିବାନୀ ସଙ୍ଗୀତା ଶୀତୁଆ ସଂଧ୍ୟାରେ ଲୋକଙ୍କୁ ବାନ୍ଧି ରଖିଥିଲେ।ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଦୋଳି, ବିଭିନ୍ନ ଖାଇବା ଲୋକଙ୍କୁ ମୋହିତ କରୁଛି। ଆଜି ବାଲିଯାତ୍ରା କମିଟିର ସଭାପତି ତଥା ଏକାମ୍ର ବିଧାୟକ ବାବୁ ସିଂ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ,ଇରା ଆଚାର୍ଯ୍ୟ, ବିଜେପି ନେତା ବିଶ୍ବରଂଜନ ବଡ଼ଜେନା, ରଶ୍ମି ମହାପାତ୍ର, ସମାଜ ସେବୀ ସଂଗ୍ରାମ କେଶରୀ ପାଇକରାୟ, ରାଜେନ୍ଦ୍ର ସମର୍ଥା, ଭୁବନେଶ୍ୱର ବ୍ଲକ୍ ବିଡ଼ିଓ ଦେବୀ ପ୍ରସାଦ ମହାନ୍ତି ତୃତୀୟ ସଂଧ୍ୟାରେ ଉତ୍ସବ କୁ ଶୁଭାରମ୍ଭ କରିଥିଲେ।ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏକାମ୍ର ନିର୍ବାଚନ ମଣ୍ଡଳୀ ତଥା ବାଙ୍କୁଆଳ, କେଶୁରା, କୋରଡ଼କଣ୍ଟା, ଦୁର୍ଗାପୁର ପାଟଣା ଓ ବାସୁଆଘର ମୁରବି ଓ ଯୁବଗୋଷ୍ଠୀଙ୍କୁ ନେଇ ପ୍ରଥମଥର ଲାଗି ଏକାମ୍ର ବାଲିଯାତ୍ରା ମହୋତ୍ସବ-୨୦୨୪ ଆୟୋଜନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    95 %
    2.7kmh
    100 %
    Mon
    24 °
    Tue
    26 °
    Wed
    29 °
    Thu
    30 °
    Fri
    30 °

    ସମ୍ବନ୍ଧିତ