Sunday, June 29, 2025
26.5 C
Odisha

    ଦୂର ହେବ ସହରାଞ୍ଚଳ ଟ୍ରାଫିକ ସମସ୍ୟା :ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନିର୍ମାଣ ହେବ ଅଧିକ ନୂଆ ଓଭର ବ୍ରିଜ। ରାଜ୍ୟ ସରକାର ଏଥିପାଇଁ ପ୍ରାରମ୍ଭିକ ଯୋଜନା ଆରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରେ ରିଂ ରୋଡ଼ ଓ ଓଭର ବ୍ରିଜ କିପରି ଓ କେମିତି ନିର୍ମାଣ କରାଯାଇ ପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ଦୁଇ ଥର ବୈଠକ ଡାକି ଆଲୋଚନା କରିଛନ୍ତି ।

    ତୁରନ୍ତ ପ୍ଲାନ ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଦେଖା ଯାଉଥିବା ଟ୍ରାଫିକ ଜାମକୁ ଦୂର ପାଇଁ ଆମେ ପବ୍ଲିକ ଟ୍ରାନ୍ସପୋର୍ଟ ସିଷ୍ଟମକୁ ଅଧିକ ବଢ଼ାଉଛୁ । ଡବଲ ଡେକର ବସ ସେବା ଆରମ୍ଭ କରାଯାଇଥିବା ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

    ଟୁଇନ ସିଟି ପରେ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର । ପୁରୀ, ଭୁବନେଶ୍ୱର ଓ କଟକ କୁ ନେଇ ଟ୍ରାଇସିଟି କରିବେ ରାଜ୍ୟ ସରକାର । ତିନି ସ୍ଥାନର ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ଏହି ଟ୍ରାଇସିଟି କୁ ଡେଭଲପ କରିବେ ରାଜ୍ୟ ସରକାର।

    କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଟାଉନ ପ୍ଲାନିଂ ସ୍କିମ କରାଯିବ ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଅଧିକ ଟାଉନ ପ୍ଲାନିଂ କାର୍ଯ୍ୟାଳୟ ଓ ମାନବ ସମ୍ବଳ ରଖାଯିବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.5 ° C
    26.5 °
    26.5 °
    69 %
    6.7kmh
    100 %
    Sun
    26 °
    Mon
    25 °
    Tue
    30 °
    Wed
    31 °
    Thu
    31 °

    ସମ୍ବନ୍ଧିତ