Saturday, October 10, 2026
29.2 C
Odisha

    ଦେବଦୂତ ସାଜିଲେ ଶିକ୍ଷକ, ବଞ୍ଚାଇଲେ ୧୬୪୩ ଛାତ୍ରଛାତ୍ରୀଙ୍କ ଜୀବନ

    ଆଗକୁ ପଢନ୍ତୁ

    ଦେବଦୂତ ସାଜିଲେ ଶିକ୍ଷକ । ବଞ୍ଚାଇଲେ ୧୬୪୩ ଛାତ୍ରଛାତ୍ରୀଙ୍କ ଜୀବନ। ନେପାଳର ଜଣେ ପ୍ରଧାନଶିକ୍ଷକଙ୍କ ସାହସିକତା ଏବଂ ସଠିକ ନିଷ୍ପତ୍ତି ଯୋଗୁଁ ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଛି। ନେପାଳର ନୁୱାକୋଟ୍ ଜିଲ୍ଲାର ତ୍ରିଭୁବନ ତ୍ରିଶୂଳୀ ସେକେଣ୍ଡାରୀ ସ୍କୁଲରେ ଘଟିଛି ଏଭଳି ଘଟଣା। ବୁଧବାର ନେପାଳକୁ ଅଚାନକ ଫ୍ଲାଶ ଫ୍ଲଡ ମାଡି ଆସିଥିଲା। ତ୍ରିଶୁଳୀ ନଦୀରେ ପ୍ରାୟ ୯ ମିଟର ଉଚ୍ଚତାର କାଦୁଅ ପଥର ମିଶ୍ରିତ ବନ୍ୟା ମାଡି ଆସିଥିଲା।

    ତେବେ ବନ୍ୟା ସୂଚନା ପାଇବା ମାତ୍ରେ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଦାୱଡି ସ୍କୁଲ ଘଣ୍ଟି ବଜାଇ ସମସ୍ତ ଶ୍ରେଣୀ ଗୃହ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳକୁ ସ୍କୁଲରେ ପ୍ରାୟ ୯ଶହ ପିଲା ଉପସ୍ଥିତ ଥିଲେ। ଆତଙ୍କିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷକମାନେ ସ୍କୁଲ ନିକଟସ୍ଥ ଏକ ପାହାଡ଼ ଉପରକୁ ନେଇ ସେଠାରେ ରହିବାକୁ କହିଥିଲେ। ଆଉ ପ୍ରାୟ ୭ ଶହ ଛାତ୍ରଛାତ୍ରୀ ବସ ଏବଂ ଚାଲିଚାଲି ସ୍କୁଲକୁ ଆସୁଥିଲେ।

    ପ୍ରଧାନଶିକ୍ଷକ ତୁରନ୍ତ ସବୁ ବସ୍ ଡ୍ରାଇଭରଙ୍କୁ ଫୋନ କରି ଫେରିଯିବାକୁ କହିଥିଲେ। ପ୍ରାୟ ୮୦ ଜଣ ପିଲାଙ୍କୁ ନେଇ ଆସୁଥିବା ଗୋଟିଏ ସ୍କୁଲ ବସ ନଦୀ ପୋଲ ପାର ହେଉଥିବା ବେଳେ ପ୍ରଧାନଶିକ୍ଷକ ରାଜେନ୍ଦ୍ର ଦାୱଡି ନିଜ ଜୀବନକୁ ବାଜି ଲଗାଇ ସ୍କୁଲ ସୀମାନ୍ତରେ ଠିଆ ହୋଇ ଡ୍ରାଇଭରଙ୍କୁ ବସ ଫେରାଇ ନେବାକୁ ସଙ୍କେତ ଦେଇଥିଲେ। ବସଟି ପଛକୁ ହଟିବାର ମାତ୍ର କିଛି ସେକେଣ୍ଡ ଭିତରେ ସେହି ପୋଲଟି ବନ୍ୟା ପାଣିରେ ଭାସିଯାଇଥିଲା। ସବୁ ଛାତ୍ରଛାତ୍ରୀ ସୁରକ୍ଷିତ ସ୍ଥାନକୁ ଯିବାର କିଛି ସମୟ ମଧ୍ୟରେ ଭୟଙ୍କର ବନ୍ୟା ମାଡ଼ି ଆସି ୩ ମହଲା ବିଶିଷ୍ଟ କଂକ୍ରିଟ୍ ସ୍କୁଲ ବିଲ୍ଡିଂକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲା। ତେବେ ସ୍କୁଲର ଜଣେ ଶିକ୍ଷକ ଓ ଜଣେ କର୍ମଚାରୀ ନିଜ ସାମଗ୍ରୀ ଆଣିବାକୁ ଫେରିଥିବାରୁ ସେମାନଙ୍କ ମୃତ୍ୟୁ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ