Saturday, October 10, 2026
29.2 C
Odisha

    ଭୁବନେଶ୍ୱର ଷ୍ଟେସନରୁ ୩୦ କେଜି ଗଞ୍ଜେଇ ଜବତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନ ଦେଇ ବାରମ୍ବାର ଚୋରା ଚାଲାଣ ହେଉଛି ଗଞ୍ଜେଇ। ରାଜ୍ୟ ବାହାରକୁ ଚାଲାଣ ବେଳେ ଧରାପଡ଼ୁଛି ଆନ୍ତଃରାଜ୍ୟ ଲିଙ୍କ୍। ଦୁଇ ଦିନ ତଳେ ଭୁବନେଶ୍ୱରରୁ ମୁମ୍ବାଇ ଗଞ୍ଜେଇ ଚାଲଣ ବେଳେ ଧରିଥିଲା GRP ପୋଲିସ । ଆଜି ପୁଣି ଭୁବନେଶ୍ୱର ଷ୍ଟେସନରୁ ବାହାର ରାଜ୍ୟକୁ ଗଞ୍ଜେଇ ଯାଉଥିଲା। ସୂଚନା ପାଇ ଅବକାରୀ ବିଭାଗ ଓ RPFର ମିଳିତ ଚଢ଼ାଉ କରିଥିଲେ।

    ଜବତ କରିଥିଲେ ୩୦ କିଲୋ ଗଞ୍ଜେଇ। ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ ଧରା ପଡ଼ିଛନ୍ତି। ଗିରଫ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶ କନୌଜ ଜିଲ୍ଲା ସାହିଆପୁରର ୨୯ ବର୍ଷୀୟ ଅଜବ ସିଂହ ଓ ୨୩ ବର୍ଷୀୟ ଉପେନ୍ଦ୍ର ସିଂହ। ଏମାନେ ଏବେ ଦିଲ୍ଲୀରେ ରହୁଥିଲେ। ଗଞ୍ଜେଇ କେଉଁଠୁ ଆସୁଛି, କାହା ପାଖକୁ ଯାଉଛି ଏବଂ ନେଟୱର୍କ ପଛରେ ଆଉ କିଏ ଅଛନ୍ତି ସେନେଇ ଆରମ୍ଭ ହୋଇଛି ତଦନ୍ତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ