Wednesday, September 9, 2026
25.2 C
Odisha

    ଦେଶର ୭ଟି ରେଲୱେ ପ୍ରୋଜେକ୍ଟ ହେବ ଫୋର୍ ଲେନ୍, କ୍ୟାବିନେଟରୁ ମିଳିଲା ମଞ୍ଜୁରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହୋଇଥିବା କ୍ୟାବିନେଟ ମିଟିଂରେ ଭାରତୀୟ ରେଳବାଇକୁ ଆଧୁନିକ ଓ ଅଧିକ କ୍ଷମତାଶୀଳ କରିବା ଦିଗରେ ବଡ଼ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଦେଶର ୭ଟି ରେଲୱେ ପ୍ରୋଜେକ୍ଟକୁ ଫୋର୍ ଲେନ୍ କରିବା ନେଇ ମଞ୍ଜୁରୀ ମିଳିଛି । ଦେଶର ସବୁଠାରୁ ବ୍ୟସ୍ତ ରେଳ ରୁଟରେ ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ (HDN) କରିଡରକୁ ଫୋର୍-ଲେନ୍ କରାଯିବ । କେନ୍ଦ୍ରୀୟ କ୍ୟାବିନେଟ୍ ଏହି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ଦେଇଛି।

    ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଆଜିର କ୍ୟାବିନେଟ୍ ବୈଠକରେ ରେଳବାଇର ଆଧୁନିକୀକରଣ ସହ ଜଡିତ କିଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉପରେ ଆଲୋଚନା ହୋଇଛି । ଏହି ପ୍ରକଳ୍ପଗୁଡ଼ିକ ଉପରେ ଗତ ୧୨ ବର୍ଷ ଧରି କାମ ଚାଲିଛି । ସରକାର ଦେଶର ୭ଟି ହାଇ ଡେନସିଟି କରିଡରକୁ ଫୋର୍-ଲେନ୍ କରିବା ସହ ବର୍ତ୍ତମାନର ରେଳ ନେଟୱର୍କକୁ କ୍ୱାଡ୍ରୁପଲ୍ କରିବା ଦିଗରେ କାମ ହେବ ।

    ୧. ଦିଲ୍ଲୀ-ହାୱଡ଼ା ରେଳ ରୁଟ୍
    ୨. ହାୱଡ଼ା-ମୁମ୍ବାଇ ରେଳ ରୁଟ୍
    ୩. ଦିଲ୍ଲୀ-ମୁମ୍ବାଇ ରେଳ ରୁଟ୍
    ୪. ଦିଲ୍ଲୀ-ଗୁଆହାଟୀ ରେଳ ରୁଟ୍
    ୫. ଦିଲ୍ଲୀ-ଚେନ୍ନାଇ ରେଳ ରୁଟ୍
    ୬. ହାୱଡ଼ା-ଚେନ୍ନାଇ ରେଳ ରୁଟ୍
    ୭. ମୁମ୍ବାଇ-ଚେନ୍ନାଇ ରେଳ ରୁଟ୍

    ଏହି ରୁଟ୍ଗୁଡ଼ିକ ଦେଶର ଅନେକ ପ୍ରମୁଖ ସହରକୁ ସଂଯୋଗ କରିଥାଏ । ଦିଲ୍ଲୀ-ହାୱଡ଼ା ରୁଟରେ କାନପୁର, ପ୍ରୟାଗରାଜ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ପାଟନା ଏବଂ ଆସାନସୋଲ୍ ଭଳି ପ୍ରମୁଖ ଷ୍ଟେସନ୍ ରହିଛି ।
    ସେହିପରି ଦିଲ୍ଲୀ-ମୁମ୍ବାଇ ରୁଟରେ ମଥୁରା, କୋଟା, ରତଲାମ, ବଡୋଦରା ଓ ସୁରତ ଭଳି ସହର ଯୋଡ଼ି ହୋଇଛି । ଦିଲ୍ଲୀ-ଚେନ୍ନାଇ ରୁଟରେ ଆଗ୍ରା, ଗ୍ୱାଲିୟର, ଝାନ୍ସୀ, ଭୋପାଳ, ନାଗପୁର ଏବଂ ବିଜୟୱାଡ଼ା ଭଳି ସହର ରହିଛି । ମୁମ୍ବାଇ-ଚେନ୍ନାଇ ରୁଟରେ ପୁଣେ ସମେତ ଦକ୍ଷିଣ ଭାରତର ଅନେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଲାଭବାନ ହେବେ ।

    କ୍ୟାବିନେଟ୍ ବିଭିନ୍ନ ରାଜ୍ୟରେ ୮ଟି ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରିଛି । ଏହା ମାଧ୍ୟମରେ ରେଳ ନେଟୱର୍କରେ ପ୍ରାୟ ୬୫୬ କିଲୋମିଟର ବୃଦ୍ଧି ହେବ । ପ୍ରକଳ୍ପଗୁଡ଼ିକର ଆନୁମାନିକ ଖର୍ଚ୍ଚ ୧୦,୭୮୩ କୋଟି ଟଙ୍କା ରହିଛି । ୨୦୨୯-୩୦ ସୁଦ୍ଧା ଏଗୁଡ଼ିକୁ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି ।

    ଏଥିରେ ଖଡ଼ଗପୁର-ଝାରସୁଗୁଡ଼ା (ବାଗଡେହି) ଚତୁର୍ଥ ଲାଇନ୍, କଟନୀ- ପେଣ୍ଡ୍ରା ରୋଡ୍ ଚତୁର୍ଥ ଲାଇନ୍ ଏବଂ ବିଲାସପୁର (ଉସଲାପୁର)-ପେଣ୍ଡ୍ରା ରୋଡ୍ ତୃତୀୟ ଲାଇନ୍ ଭଳି ପ୍ରକଳ୍ପ ରହିଛି । ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତେଲଙ୍ଗାନାରେ ଆଉ ୫ଟି ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁର କରିଛି । ଏହାର ମୋଟ ଲମ୍ବ ପ୍ରାୟ ୫୪୦ କିଲୋମିଟର ଏବଂ ଆନୁମାନିକ ଖର୍ଚ୍ଚ ୧୦,୦୨୧ କୋଟି ଟଙ୍କା । ଏଗୁଡ଼ିକୁ ମଧ୍ୟ ୨୦୨୯-୩୦ ସୁଦ୍ଧା ଶେଷ କରିବାର ଲକ୍ଷ୍ୟ ରହିଛି ।

    ରେଳ କ୍ଷମତା ବଢ଼ିବା ଫଳରେ ତାରାତାରିଣୀ ମନ୍ଦିର, ଝାରସୁଗୁଡ଼ା ନିକଟସ୍ଥ ପ୍ରାଚୀନ ଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯୋଗାଯୋଗ ଉନ୍ନତ ହେବ । ଏହା ସହିତ ମଧ୍ୟପ୍ରଦେଶ ଓ ଛତିଶଗଡ଼ର ବାନ୍ଧବଗଡ଼ ଟାଇଗର ରିଜର୍ଭ, ଅମରକଣ୍ଟକ, ଅଚାନକମାର ଟାଇଗର ରିଜର୍ଭ, ରତନପୁର ମହାମାୟା ମନ୍ଦିର ଆଦି ସ୍ଥାନକୁ ମଧ୍ୟ ଯୋଗାଯୋଗ ସୁବିଧା ବଢ଼ିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.2 ° C
    25.2 °
    25.2 °
    91 %
    1kmh
    100 %
    Wed
    26 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ