Wednesday, March 18, 2026
21.1 C
Odisha

    ଦେଶର ୮୩% ଯୁବକ ବେକାର : ୪ ବର୍ଷରେ ଦୁଇଗୁଣ ବଢ଼ିଛି

    ଆଗକୁ ପଢନ୍ତୁ

    ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇଥିବ। ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କଥାକୁ ଦୋହରାଉଛନ୍ତି। ହେଲେ ଦେଶର ବାସ୍ତବ ଚିତ୍ର ଓଲଟା। କାଳ କାଳ ଧରି ଗରିବି ଲୋକଙ୍କ ପିଛା ଛାଡୁ ନ ଥିବାବେଳେ ଏ ଯାଏ ବେକାରି ବେଡିରୁ ମୁକୁଳିପାରୁନି ଦେଶ। ଭାରତର ବେକାରି ସ୍ଥିତିକୁ ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି। ଦେଶରେ ପାଖାପାଖି ୨୭ ପ୍ରତିଶତ ଯୁବବର୍ଗ ରହିଛନ୍ତି, କିନ୍ତୁ ଏହାର ଏକ ବଡ଼ ଅଂଶ ବେରୋଜଗାର। ଦେଶର ୮୩% ଯୁବବର୍ଗ ବେକାର। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍‌ଓ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି। କେବଳ ଏତିକି ନୁହେଁ କରୋନା ମହାମାରୀ ପରଠାରୁ ଦେଶରେ ଖୁବ୍‌ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ବେକାରିଙ୍କ ସଂଖ୍ୟା। ମାତ୍ର ୪ ବର୍ଷ ମଧ୍ୟରେ ଦେଶରେ ଶିକ୍ଷିତ ବେକାରିଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ଘଟିଛିି। ଦେଶର ରାଜ୍ୟଗୁଡିକ ମଧ୍ୟରେ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ବେକାରି ସ୍ଥିତି ଅତି ଦୟନୀୟ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଅନ୍ତର୍ଜାତୀୟ ଶ୍ରମ ସଂଗଠନର ଏହି ରିପୋର୍ଟ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍‌ ଦେଇଥିବା ମନ୍ତବ୍ୟକୁ ସଠିକ୍‌ ପ୍ରମାଣିତ କରୁଛି। ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଏବଂ ଇନଷ୍ଟିଟ୍ୟୁଟ୍‌ ଅଫ୍‌ ହ୍ୟୁମାନ ଡେଭଲପମେଣ୍ଟ (ଆଇଏଚ୍‌ଡି)ର ଯୁଗ୍ମ ପ୍ରୟାସରେ ପ୍ରସ୍ତୁତ ‘ଭାରତ ନିଯୁକ୍ତି ରିପୋର୍ଟ ୨୦୨୪’ ଶୀର୍ଷକ ଏହି ରିପୋର୍ଟରେ ଦେଶର ବେକାରି ସ୍ଥିତିକୁ ନେଇ ବିସ୍ତୃତ ଭାବେ ତଥ୍ୟ ଦିଆଯାଇଛି। ଏହି ରିପୋର୍ଟକୁ ଆଜି ମୁଖ୍ୟ ଅର୍ଥନୀତିଜ୍ଞ ଉପଦେଷ୍ଟା (ସିଇଏ) ଭି. ଅନନ୍ତ ନାଗେଶ୍ୱରନ୍‌ ଉନ୍ମୋଚନ କରିଛନ୍ତି। ଯଦି ଭାରତରେ ୧୦୦ ଜଣେ ବେରୋଜଗାରି ଅଛନ୍ତି, ତେବେ ଏଥିରୁ ୮୩ ଜଣ କେବଳ ଯୁବ ବର୍ଗର ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହାଛଡା ସେଥିରେ ଅଧିକାଂଶ ଯୁବ ଶିକ୍ଷିତ ବେକାରି। ଆଇଏଲ୍‌ଓର ରିପୋର୍ଟ ଅନୁସାରେ ୨୦୦୦ ମସିହା ତୁଳନାରେ ଦେଶରେ ବର୍ତ୍ତମାନ ଶିକ୍ଷିତ ବେକାରିଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ହୋଇଛି। ୨୦୦୦ ମସିହାରେ ଶିକ୍ଷିତ ବେରୋଜଗାରୀଙ୍କ ସଂଖ୍ୟା ୩୫.୨ ପ୍ରତିଶତ ରହିଥିଲା। ହେଲେ ୨୦୨୨ରେ ଏହି ସଂଖ୍ୟା ବୃଦ୍ଧି ପାଇ ୬୫.୭ ପ୍ରତିଶତରେ ପହଞ୍ଚିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.1 ° C
    21.1 °
    21.1 °
    76 %
    2.2kmh
    100 %
    Wed
    22 °
    Thu
    31 °
    Fri
    34 °
    Sat
    34 °
    Sun
    35 °

    ସମ୍ବନ୍ଧିତ