Wednesday, January 7, 2026
15 C
Odisha

    ଦୈନିକ ଖାଆନ୍ତୁ ଗୋଟିଏ ରସୁଣ, ଶରୀରକୁ ରଖିବ ବିଭିନ୍ନ ରୋଗରୁ ଦୂର

    ଆଗକୁ ପଢନ୍ତୁ

    ରସୁଣ କେବଳ ଖାଦ୍ୟକୁ ସୁଆଦିଆ କରିଥାଏ ତାହା ନୁହଁ ବରଂ ଶରୀରକୁ ସୁସ୍ଥ ମଧ୍ୟ ରଖିଥାଏ ।  ଏହା ଘରୋଇ ଔଷଧ ଭାବେ ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ ।  ରସୁଣରେ ଥଣ୍ଡା, କାଶ, ଲୁ, ରକ୍ତଚାପ ସହିତ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ ଅନେକ ତତ୍ତ୍ବ ଭରପୁର ରହିଛି ।  ଆସନ୍ତୁ ଜାଣିବା ରସୁଣର ବିଭିନ୍ନ ଉପକାରିତା ବିଷୟରେ…

    ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଖଣିଜ, ଲବଣ ଭରପୁର ରହିଥାଏ ।  ରସୁଣ ଖାଇବା ଦ୍ବାରା ଶରୀରରେ ରୋଗପ୍ରତିଶୋଧକ କ୍ଷମତା ବଢ଼ିଥାଏ ।  ଏଥି ସହ ରସୁଣରେ ଥିବା ଆଲିସିନ୍ ନାମକ ଅଣ୍ଟିବାୟୋଟିକ୍ ଶରୀରକୁ ବିଭିନ୍ନ ରୋଗରୁ ମୁକ୍ତ ରଖିଥାଏ ।

    ରସୁଣର ନିୟମିତ ସେବନ ଦ୍ବାରା କ୍ୟାନ୍ସର ହେବାର ସମ୍ବାବନା ବହୁ ମାତ୍ରାରେ କମ ହୋଇଥାଏ ।  ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଏହା ଦ୍ବାରା କ୍ୟାନ୍ସର ହେବାର ସମ୍ବାବନା ୩୦-୪୦ ପ୍ରତିଶତ କମ ହୋଇଥାଏ ।  ଏଥିସହ ଉଚ୍ଚରକ୍ତଚାପକୁ ଦୂର କରିବାରେ ମଧ୍ୟ ରସୁଣ ବହୁ ଲାଭଦାୟକ ହୋଇଥାଏ ।  ଦୈନିକ ରସୁଣ ଖାଇବା ଦ୍ବାରା କୋଲେଷ୍ଟ୍ରଲ କମ ହେବା ସହ ହୃଦଜନିତ ରୋଗର ସମ୍ବାବନା ମଧ୍ୟ କମ ହୋଇଥାଏ ।

    ରସୁଣରେ ଶରୀରକୁ ଗରମ ରଖିବାର ପୋଷକ ଭରପୁର ମାତ୍ରାରେ ରହିଥାଏ ।  ଯାହା ଫଳରେ ଥଣ୍ଡା, କାଶ ଏବଂ ଛିଙ୍କ ଆଦିରୁ ରକ୍ଷା ପାଇବା ପାଇଁ ଏହା ବହୁ ଲାଭକାରୀ ପ୍ରମାଣିତ ହୋଇଥାଏ ।  ଏଥିରେ ଉପସ୍ଥିତ ଆଣ୍ଟିବ୍ୟାକ୍ଟେରିଆଲ ତତ୍ତ୍ବ ଦାନ୍ତ ଏବଂ ମାଢ଼ି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ ।

    ଦୈନିକ ରସୁଣ ଖାଉଥିବା ବ୍ୟକ୍ତିଙ୍କ ନିକଟରେ ରକ୍ତହିନତା ଦେଖାଯାଇ ନଥାଏ ।  ଏଥି ସହ ଏହା ବିଭିନ୍ନ ପ୍ରକାରର ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ ।  ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ରସୁଣ ଦ୍ବାରା ଶୀଘ୍ର ଉପଶମ ମଳିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15 ° C
    15 °
    15 °
    30 %
    1.5kmh
    10 %
    Wed
    14 °
    Thu
    26 °
    Fri
    26 °
    Sat
    26 °
    Sun
    27 °

    ସମ୍ବନ୍ଧିତ