Tuesday, April 7, 2026
35.3 C
Odisha

    ଦ୍ବିତୀୟ ସନ୍ତାନ ପାଇଁ କରୁଛନ୍ତି କି ପ୍ଲାନ? ଜାଣନ୍ତୁ ସଠିକ୍ ସମୟ ବ୍ୟବଧାନ କେତେ ରହିବା ଉଚିତ୍

    ଆଗକୁ ପଢନ୍ତୁ

    ଆପଣ ଜାଣିଥିବେ ଯେ ସନ୍ତାନକୁ ଜନ୍ମ ଦେବା ସମସ୍ତ ବାପା ମା ଙ୍କ ସ୍ବପ୍ନ ଥାଏ, କିନ୍ତୁ ଯେତେବେଳେ ପ୍ରଥମ ସନ୍ତାନ ପରେ ଦ୍ୱିତୀୟ ସନ୍ତାନ କରିବା କଥା ଆସେ ସେତେବେଳେ ଅନେକ ଲୋକ ଦମ୍ପତିଙ୍କୁ ଶୀଘ୍ର ଦ୍ୱିତୀୟ ସନ୍ତାନ ପ୍ଲାନ କରିବା ପାଇଁ ପରାମର୍ଶ ମଧ୍ୟ ଦିଅନ୍ତି ।
    କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଦ୍ୱିତୀୟ ସନ୍ତାନ ଏକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଜନ୍ମ ହେବା ଉଚିତ୍, ନଚେତ୍ ଏହାର ଅନେକ ଅସୁବିଧା ଭୋଗିବାକୁ ପଡ଼ିଥିଏ, ତେବେ ଆସନ୍ତୁ ଜାଣିବା ଦ୍ୱିତୀୟ ସନ୍ତାନ ପାଇଁ ସଠିକ୍ ସମୟର ବ୍ୟବଧାନ କ’ଣ ରହିବା ଦରକାର?ଯେମିତିକି ଆଜିକାଲିର ଦୁନିଆରେ ଦ୍ୱିତୀୟ ସନ୍ତାନ ଯୋଜନା କରିବାବେଳେ କିଛି କଥା ମନେ ରଖିବା ଜରୁରୀ। ସେଥିମଧ୍ୟରୁ ପ୍ରଥମଟି ହେଉଛି ମାତାର ଶାରୀରିକ କ୍ଷମତା, ଯଦି ପ୍ରଥମ ସନ୍ତାନରେ କୌଣସି ବଡ଼ ଅସ୍ତ୍ରୋପଚାର ହୋଇଛି ତେବେ ଅଳ୍ପ ଦିନ ବ୍ୟବଧାନରେ ଦ୍ୱିତୀୟ ସନ୍ତାନ ଜନ୍ମ କରିବାରେ ଶାରୀରିକ ଭାବରେ ସକ୍ଷମ ହେବା କଷ୍ଟ ସାଧ୍ୟ ହୋଇଥାଏ। ତେଣୁ ଦୁଇ ସନ୍ତାନ ମଧ୍ୟରେ ସମୟ ଦେବା ଜରୁରୀ।
    ଯଦି ମାଆ ପୂର୍ବରୁ ଏକ ଶିଶୁକୁ ସ୍ତନ୍ୟପାନ କରାଉଛନ୍ତି, ତେବେ ଶିଶୁର ଶାରୀରିକ ଦୁର୍ବଳ ହେବାର ଅଧିକ ସମ୍ଭାବନା ଅଛି, ତେଣୁ ଶାରୀରିକ ଭାବରେ ଶକ୍ତିଶାଳୀ ହେବାକୁ ମାଆଙ୍କୁ ପୂର୍ଣ୍ଣ ସମୟ ଦେବା ନିହାତି ଜରୁରୀ । ଏହା ସହ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଦୁଇ ପିଲା ପାଇଁ ଦୁଇଗୁଣ ଖର୍ଚ୍ଚ ହୁଏ ତେଣୁ ଯଦି ଆପଣ ଆର୍ଥିକ ଅବସ୍ଥା ସମ୍ପୂର୍ଣ୍ଣ ଭାବେ ସକ୍ଷମ ନୁହଁ ତେବେ ଦ୍ୱିତୀୟ ସନ୍ତାନକୁ ଯୋଜନା ଉଚିତ୍ ନୁହଁ। ଦେଖିବାକୁ ଗଲେ ମାତାର ଶାରୀରିକ କ୍ଷମତା ଦକ୍ଷତାକୁ ଉନ୍ନତ କରିବାରେ ଦୁଇ ପିଲାଙ୍କ ମଧ୍ୟରେ ୪ ରୁ ୫ ବର୍ଷର ବ୍ୟବଧାନ ସର୍ବୋତ୍ତମ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ