Thursday, May 2, 2024
43.2 C
Odisha

    କିଡନୀ ଖରାପ ବୋଲି ଜାଣିବେ କେମିତି ? ଏସବୁ ଲକ୍ଷଣ ଦେଖାଦେଲେ ହୋଇଯାଆନ୍ତୁ ସାବଧାନ!

    ଆଗକୁ ପଢନ୍ତୁ

    କିଡ଼ନୀ ଆମ ଶରୀରର ଏକ ଅତ୍ୟାବଶ୍ୟକ ଅଙ୍ଗ । ଏହା ଆମ ଶରୀରରୁ ଅତିରିକ୍ତ ତରଳ, ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଏହା ଶରୀରରେ ଜଳ, ଲୁଣ, ମିନେରାଲଲ୍ସକୁ ସନ୍ତୁଳିତ ପରିମାଣରେ ରଖିବାରେ ସାହାଯ୍ୟ କରେ । ଏହା ବିନା ଶରୀରର ସ୍ନାୟୁ, କୋଷ ଓ ମାଂସପେଶୀ ସଠିକ୍ ଭାବରେ କାର୍ଯ୍ୟ କରିପାରିବ ନାହିଁ । କିଡ଼ନୀକୁ ପ୍ରଭାବିତ କରିବା ଦ୍ୱାରା ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା ବଢ଼ିଯାଏ । ଶରୀରକୁ ସୁସ୍ଥ ରଖିବା ପାଇଁ କିଡ଼ନୀକୁ ସୁସ୍ଥ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯାହା ମୂତ୍ର ଆକାରରେ ଆମ ଶରୀରରେ ଥିବା ବର୍ଜ୍ୟବସ୍ତୁକୁ ବାହର କରିବା ସହ ଆମକୁ ସୁସ୍ଥ ରଖିଥାଏ । ହେଲେ ସଚେତନତା ଅଭାବରୁ କିଡନୀ ରୋଗ ସମୟରେ ଆମେ କେଉଁ ଖାଦ୍ୟରୁ ଦୂରେଇ ରହିବା ଉଚିତ୍ ଜାଣି ପାରନ୍ତି ନାହିଁ। ଲାଇଫ୍‌ଷ୍ଟାଇଲ୍‌ରେ ପରିବର୍ତ୍ତନ କରି କିଡନୀ ସମସ୍ୟାକୁ ମୁକାବିଲା କରିହେବ ।ତେଣୁ ଏହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଯେତେବେଳେ କିଡନୀରେ କୌଣସି ସମସ୍ୟା ସୃଷ୍ଟି ହୋଇଥାଏ ସେତେବେଳେ ଶରୀର କିଛି ସଂକେତ ଦେଇଥାଏ ଓ କିଛି ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥାଏ। ଯାହାକୁ ଆଦୌ ଅଣଦେଖା କରିବା ଉଚିତ୍ ନୁହେଁ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଲକ୍ଷଣ ବିଷୟରେ…

    ଯଦି କିଡନୀ ଫଙ୍କସନରେ ସାମାନ୍ୟ ସମସ୍ୟା ହୁଏ, ତେବେ ଏହାର ପ୍ରଭାବ ୟୁରିନର ରଙ୍ଗରୁ ସ୍ପଷ୍ଟ ଭାବେ ଜଣାପଡ଼ିଥାଏ । ଯଦି ଆପଣଙ୍କର ୟୁରିନର ରଙ୍ଗ ହଳଦିଆ ଦେଖାଯାଉଛି, ବାରମ୍ବାର ପରିସ୍ରା ଲାଗୁଛି ତେବେ ସଙ୍ଗେସଙ୍ଗେ ୟୁରିନକୁ ଟେଷ୍ଟ କରାଇବା ଦରକାର।
    କିଡନୀ ସମସ୍ୟା ହେଲେ ଶରୀରରେ ଆଇରନ ସମେତ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱର ଅଭାବ ପରିଲକ୍ଷିତ ହୋଇଥାଏ । ଏଥିସହିତ ରକ୍ତରେ ଅକ୍ସିଜେନ ସ୍ତରକୁ ନିୟନ୍ତ୍ରଣରେ ରଖୁଥିବା ଲାଲ ରକ୍ତ କଣିକାର ନିର୍ମାଣ କମି ଯାଇଥାଏ । ଏହି କାରଣରୁ ଆରବିସି କମିଯାଇଥାଏ ଓ ଆମକୁ ଥକ୍କାପଣର ସାମ୍ନା କରିବାକୁ ପଡ଼ିଥାଏ ।

    ପାଦ ଓ ଗୋଡ଼ ଫୁଲିବା କିଡନୀ ରୋଗର ଗୋଟିଏ ଗୋଟିଏ ଲକ୍ଷଣ । ଏଥିସହିତ ମୂତ୍ରରେ ରକ୍ତ ପଡ଼ିବା, ବାରମ୍ବାର ଜ୍ୱର ହେବା, ବାନ୍ତି ଲାଗିବା, ହାଇ ବ୍ଲେଡ ପ୍ରେସର, ନିଦ ଲାଗିବା, ଭୋକ ନ ଲାଗିବା ଆଦି ମଧ୍ୟ ଏହାର ଲକ୍ଷଣ ହୋଇପାରେ ।

    -: ଯଦି ଆପଣଙ୍କର ଶୁଷ୍କ ତ୍ୱଚା କୁଣ୍ଡାଇ ହୁଏ ତେବେ ଏହା କିଡନୀ ରୋଗର ପ୍ରାଥମିକ ଲକ୍ଷଣ ବୋଲି ରିସର୍ଚ୍ଚରୁ ପୂର୍ବରୁ ଜଣାପଡ଼ିଛି । ଏପରି ଅନୁଭବ କଲେ ଆପଣ ଡାକ୍ତରଙ୍କ ସହ ସମ୍ପର୍କ କରିବା ଆବଶ୍ୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    43.2 ° C
    43.2 °
    43.2 °
    11 %
    5kmh
    4 %
    Thu
    43 °
    Fri
    43 °
    Sat
    44 °
    Sun
    45 °
    Mon
    45 °

    ସମ୍ବନ୍ଧିତ