Thursday, October 8, 2026
21.5 C
Odisha

    ଧନୁଯାତ୍ରା ଦେଖି ବାଇକ ଯୋଗେ ଘରକୁ ଫେରୁଥିଲେ, ପାଣିରେ ବୁଡ଼ି ପ୍ରାଣ ହରାଇଲେ ଦୁଇ, ଅନ୍ୟ ୨ଜଣ ଗୁରୁତର

    ଆଗକୁ ପଢନ୍ତୁ

    କୋମନା  : ଧନୁଯାତ୍ରା ଦେଖି ଏକ ବାଇକ ଯୋଗେ ଚାରିଜଣ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ପାଣିରେ ପଡି ଦୁଇଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି।

    ମିଳିଥିବା ସୁଚନା ଅନୁସାରେ, ନୂଆପଡା ଜିଲ୍ଲା କୋମନା ଥାନା ତରବୋଡ଼ ଗାଁରେ ଧନୁଯାତ୍ରା ଚାଲିଛି l ଧନୁଯାତ୍ରା ଦେଖିବାକୁ କୋମନା ଥାନା ଅନ୍ତର୍ଗତ ବାବେଘାଟି ଗାଁର ଶୋଭାରାମ ହଂସ, ରଂଜିତ ହଂସ, ଭାଗବତ ମାଝୀ, ଓ ହାତୀସରା ଗାଁର ହରିଚନ୍ଦ୍ର ପଟେଲ ଗାଁକୁ ଫେରୁଥିଲେ। ଚାରି ଜଣଙ୍କ ବୟସ  ଅଠର ରୁ କୋଡିଏ ଭିତରେ ହେବ। ଯାତ୍ର ଦେଖି ଗୁରବାର ଭୋରରୁ ବାବେଘାଟିର ଶୋଭାରାମ, ରଂଜିତ, ଓ ଭାଗବତ ଓଡ଼ି ୨୬ସି ୯୧୬୬ ଯୋଗେ ହାତୀସରା ଗାଁକୁ  ହରିଚନ୍ଦ୍ର ଘରକୁ ଚାରିଜଣ ଆରୋହୀ ହାତିସରା  ଛାଡିବାକୁ ଯାଉଥିବା ବେଳେ ହାତୀସରା ତରବୋଡ଼ ପୋଲ ପାଖରେ ଭାରସାମ୍ୟ ହରାଇ ପାଣି ଭିତରେ ପଡ଼ିଯାଇଥିଲେ l ସେମାନଙ୍କ ଭିତରୁ ରଂଜିତ ଓ ଭାଗବତ ପାଣିରୁ ପହଁରି ପଦାକୁ ଆସିଯାଇଥିବା ବେଳେ ବବେଘାଟିର ଶୋଭାରମ ହଂସ ଓ ହାତୀସରାର ହରିଚନ୍ଦ୍ର ପଟେଲଙ୍କ ଘଟଣା ସ୍ଥଳରେ ମୃତ୍ଯୁ ହୋଇଥିଲା। ଖବର ପାଇ କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ। ଏଣେ କୋମନା ଅଗ୍ନିଶମ ବିଭାଗ ସହଯୋଗରେ ପାଣିରୁ ମୃତଦେହ ବାହାର କଲା ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ କୋମନା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁଥିବା କୋମନା ଆଇଆଇସି ରଶ୍ମିତା ପ୍ରଧାନ ସୂଚନା ଦେଇଛନ୍ତି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    88 %
    1.2kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ