Wednesday, October 7, 2026
21.5 C
Odisha

    ଧଳା ରାଶି, ନିୟନ୍ତ୍ରଣରେ ରହିବ ହାଇ କୋଲେଷ୍ଟ୍ରଲ୍

    ଆଗକୁ ପଢନ୍ତୁ

    ଆପଣମାନେ ଜାଣିଥିବେ ଶୀତ ଆସିବା ମାତ୍ରେ ଲୋକ ମାନେ ବହୁତ ଅଳସୁଆ ହୋଇଯାନ୍ତି। ଏହା ସହ ଲୋକମାନେ ଏହି ଦିନରେ ବହୁତ ତେଲିଆ ଖାଦ୍ୟ ଖାଆନ୍ତି। ତେବେ ପ୍ରବଳ ଥଣ୍ଡା ହେତୁ ବ୍ୟାୟାମ କରିବା ମଧ୍ୟ କମିଯାଏ। ଯେଉଁ କାରଣରୁ ଶରୀରରେ ଖରାପ କୋଲେଷ୍ଟ୍ରଲ ବୃଦ୍ଧି ହେବାର ଆଶଙ୍କା ଥାଏ। ଯଦି ଆପଣ ଜଣେ ହାଇ କୋଲେଷ୍ଟ୍ରଲ ରୋଗୀ ତେବେ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ ଧଳା ରାଶି ମଞ୍ଜି ଅନ୍ତର୍ଭୁକ୍ତ କରନ୍ତୁ। ଧଳା ରାଶି ମଞ୍ଜି କେବଳ ଶୀତଦିନେ ଶରୀରକୁ ଗରମ ରଖିବାରେ ସାହାଯ୍ୟ କରେ ନାହିଁ ବରଂ ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ଏବଂ ଭଲ କୋଲେଷ୍ଟ୍ରଲ ବଢାଇବାରେ ମଧ୍ୟ ସାହାଯ୍ୟ କରେ। ଧଳା ରାଶି ମଞ୍ଜିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ ଯେଉଁ କାରଣରୁ ଏହାକୁ ଶୀତର ସୁପରଫୁଡ୍ କୁହାଯାଏ। ଧଳା ରାଶି ମଞ୍ଜିରେ ପ୍ରୋଟିନ୍, ଓମେଗା -୩ ଫ୍ୟାଟି ଏସିଡ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ଖରାପ କୋଲେଷ୍ଟ୍ରଲକୁ ହ୍ରାସ କରିଥାଏ ଏବଂ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତେବେ ଧଳା ରାଶି ମଞ୍ଜି ଖାଇବା ଦ୍ୱାରା ସ୍କିନ ଏବଂ କେଶ ମଧ୍ୟ ଭଲ ରହିଥାଏ।

    ଧଳା ରାଶି ମଞ୍ଜି ଖରାପ କୋଲେଷ୍ଟ୍ରୋଲକୁ ହ୍ରାସ କରିଥାଏ :ଧଳା ରାଶି ମଞ୍ଜି ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ ହ୍ରାସ ହେବା ଏବଂ ଶରୀରରେ ଭଲ କୋଲେଷ୍ଟ୍ରଲ ବଢିବାରେ ସାହାଯ୍ୟ କରିଥାଏ। ତେଲରେ ଓମେଗା- ୩ ଫ୍ୟାଟି ଏସିଡ୍ ମିଳିଥାଏ। ଏହା ବ୍ୟତୀତ ସେସାମୋଲିନ ପରି ଆଣ୍ଟିଅକ୍ସିଡାଣ୍ଟ ଅଛି ଯାହା ହାର୍ଟକୁ ସୁସ୍ଥ ରଖେ ଏବଂ ବିପିକୁ ନିୟନ୍ତ୍ରଣ କରିଥାଏ । ହାଇ କୋଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣ କରିବାରେ ଧଳା ରାଶି ମଞ୍ଜି ପ୍ରଭାବଶାଳୀ ।

    ଧଳା ରାଶି ମଞ୍ଜି ଖାଇବାର ଲାଭ :ଶୀତଦିନେ ଧଳା ରାଶି ମଞ୍ଜିରୁ ପ୍ରସ୍ତୁତ ଜିନିଷ ଖାଇ କ୍ୟାଲସିୟମ ଅଭାବକୁ ଦୂର କରିଥାଏ। ରାଶି ମଞ୍ଜି ଖାଇବା ଦ୍ୱାରା ହାଡ ମଜବୁତ ହୁଏ। ରାଶିରେ ମ୍ୟାଗ୍ନେସିୟମ୍ ଏବଂ ଜିଙ୍କ ମଧ୍ୟ ରହିଥାଏ ଯାହା ହାଡ ଏବଂ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।

    ଧଳା ରାଶି ମଞ୍ଜି ଫାଇବରରେ ଭରପୂର, ଯାହା ଆପଣଙ୍କ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ। ଯେଉଁ ଲୋକମାନେ ପ୍ରତିଦିନ ରାଶି ମଞ୍ଜିରୁ ପ୍ରସ୍ତୁତ ଜିନିଷ ଖାଆନ୍ତି, ସେମାନଙ୍କୁ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହିପରି ଲୋକଙ୍କ ପେଟ ସଫା ରହିଥାଏ ଏବଂ ହଜମ ସହ ଜଡିତ ସମସ୍ୟା ମଧ୍ୟ ଦୂରରେ ହୋଇଥାଏ।ଧଳା ରାଶି ମଞ୍ଜି ଖାଇବା କେବଳ ଆପଣଙ୍କ ପେଟ ଏବଂ ଶରୀର ପାଇଁ ଲାଭଦାୟକ ନୁହେଁ ବରଂ ଏହା କେଶ ଏବଂ ସ୍କିନକୁ ମଧ୍ୟ ଭଲ ରଖିଥାଏ। ତେବେ ଧଳା ରାଶି ମଞ୍ଜି ଖାଇବା ଦ୍ୱାରା ଶରୀରକୁ ଭିଟାମିନ୍ E ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ। ଯାହା କେଶକୁ ଭଲ ରଖେ। ଏହା ସ୍କିନର ଆର୍ଦ୍ରତା ଏବଂ ଚମକକୁ ବଜାୟ ରଖିବାରେ ସାହାଯ୍ୟ କରେ। ଏପରି ଭାବେ କେଶ ଝଡ଼ିବା ସମସ୍ୟା ମଧ୍ୟ ଦୂର ହୋଇଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    86 %
    1.2kmh
    4 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ