Tuesday, March 17, 2026
33.3 C
Odisha

    ଧାନ କିଣିବାକୁ ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ, ମଣ୍ଡି ଖୋଲିବା ସହ ଧାନ କିଣିବାକୁ ଅନୁରୋଧ

    ଆଗକୁ ପଢନ୍ତୁ

    ନୂଆପଡ଼ା : ଧାନ କିଣିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କଲେ ଚାଷୀ । ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ପଲସଦା ପଞ୍ଚାୟତ ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ମଣ୍ଡି ଖୋଲିବା ସହ ଧାନ କିଣିବାକୁ ଅନୁରୋଧ କରିଛନ୍ତି । ଗତ ୩ତାରିଖରେ ଖରିଆର ରୋଡଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲାପାଳ ମଧୁସୂଦନ ଦାଶ ଚଳିତ ଖରିଫ ମଣ୍ଡିର ଶୁଭାରମ୍ଭ କରିଥିଲେ । ହେଲେ ପ୍ରଶାସନର ବେପରୁଆ ନୀତି ଯୋଗୁଁ ଜିଲ୍ଲାରେ ମଣ୍ଡି ସମସ୍ୟା ଦେଖାଦେଇଛି ।

    ଚଳିତ ଖରିଫ ମଣ୍ଡି ପାଇଁ ଜିଲାରେ ମୋଟ ୫୧ ହଜାର ୩୪୧ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଅଧିକାଂଶ ଚାଷୀଙ୍କୁ ଏଯାଏଁ ଟୋକନ ମିଳିପାରି ନାହିଁ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବୋଡେନ ବ୍ଲକ ପଲସଦା ପଞ୍ଚାୟତର ଚାଷୀଙ୍କ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି । ଶୀତ କାକରରେ ଜଗି ରହି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ପଲସଦାରେ ଏଯାଏଁ ମଣ୍ଡି ଖୋଲାଯାଇ ନାହିଁ । ୫ ଶହ ଚାଷୀଙ୍କୁ ଟୋକନ ମଧ୍ୟ ମିିଳିପାରି ନାହିଁ ।

    ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ କହିଛନ୍ତି, ସେ ପଲସଦାରେ ଖୁବଶୀଘ୍ର ମଣ୍ଡି ଖୋଲାଯିବ । ଦ୍ଵିତୀୟ ପର୍ଯ୍ୟାୟରେ ଚାଷୀମାନଙ୍କୁ ଟୋକନ ମଧ୍ୟ ଯୋଗେଇ ଦିଆଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ପ୍ରତିଶ୍ରୁତି ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.3 ° C
    33.3 °
    33.3 °
    24 %
    2.2kmh
    99 %
    Tue
    36 °
    Wed
    37 °
    Thu
    36 °
    Fri
    34 °
    Sat
    34 °

    ସମ୍ବନ୍ଧିତ