Sunday, June 7, 2026
28.6 C
Odisha

    ଧାରଣାରେ ଆମ ବସ୍ ଡ୍ରାଇଭର, ଦରମା ମିଳିନି ବୋଲି ପାତ୍ରପଡା ଡିପୋରେ ଗଡୁନି ବସ୍

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ୪ ଦଫା ଦାବିକୁ ନେଇ ପାତ୍ରପଡା ଭଗବାନପୁର ଆମ ବସ ଡିପୋରେ ଆନ୍ଦୋଳନରେ ବସିଛନ୍ତି ଆମ ବସ କର୍ମଚାରୀ । ଦରମା ପ୍ରଦାନରେ ବିଳମ୍ବ, EPF ଓ ESI ସୁବିଧା ସମସ୍ୟା ସହ ବିଭିନ୍ନ ଦାବିକୁ ନେଇ ଭୋର ୪ଟାରୁ କର୍ମଚାରୀମାନେ ଧାରଣା ଆରମ୍ଭ କରିଛନ୍ତି । ଆନ୍ଦୋଳନ ପ୍ରଭାବରେ ବର୍ତ୍ତମାନ ୪୫ଟି ରୁଟରେ ୧୧୭ଟି ଆମ ବସ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ହତଶନ୍ତ ହୋଇପଡ଼ିଛନ୍ତି। କର୍ମଚାରୀମାନଙ୍କ ପ୍ରଥମ ଦାବି ହେଉଛି ଠିକ୍ ସମୟରେ ଦରମା ପ୍ରଦାନ। ଦ୍ୱିତୀୟ ଦାବି ଭାବେ ସଠିକ୍ ସମୟରେ EPF ଓ ESI ସୁବିଧା ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି । ତୃତୀୟ ଦାବି ଅନୁସାରେ, ପ୍ରତ୍ୟେକ କର୍ମଚାରୀଙ୍କୁ ୩୦ଟି ଡ୍ୟୁଟିରୁ ଅଧିକ କାମ ନ ଦେଇ ୨୬ଟି ଡ୍ୟୁଟି ଓ ୪ଟି ଛୁଟି ସୁନିଶ୍ଚିତ କରିବା ସହ ଏହାକୁ ଲିଖିତ ଆକାରରେ ଦେବାକୁ ଦାବି ହୋଇଛି ।

    ସେହିପରି FC କିମ୍ବା FNC କେସ୍‌ରେ ଯାତ୍ରୀଙ୍କ ଜରିମାନା କମ୍ ଥିଲେ ମଧ୍ୟ କର୍ମଚାରୀଙ୍କୁ ୫ ହଜାର ଟଙ୍କା ଜରିମାନା ଓ ୫ ଦିନ ଡ୍ୟୁଟି ବନ୍ଦ ଭଳି କଠୋର ପଦକ୍ଷେପ ନେଉଥିବାରୁ ଏହାର ସମାଧାନ ପାଇଁ ମଧ୍ୟ ସେମାନେ ଦାବି ଉଠାଇଛନ୍ତି । ଦାବି ପୂରଣ ନହେଉଅ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରୀମାନେ ସ୍ପଷ୍ଟ କରିଛନ୍ତି । ଏନେଇ ପ୍ରତିବାଦ ରେ ବସିଥିବା କର୍ମଚାରୀ ମାନଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ୱର ରିପୋର୍ଟର ଶ୍ରୀଧର ଆଚାର୍ଯ୍ୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    64 %
    4.1kmh
    100 %
    Sun
    28 °
    Mon
    41 °
    Tue
    42 °
    Wed
    44 °
    Thu
    42 °

    ସମ୍ବନ୍ଧିତ