Thursday, September 17, 2026
24.5 C
Odisha

    କେଉଁମାନେ ସାରା ଜୀବନ ଗରିବ ରୁହନ୍ତି? ଗରିବୀରୁ ବାହାରିବା ପାଇଁ କଣ ରହିଛି ଉପାୟ?

    ଆଗକୁ ପଢନ୍ତୁ

    ଜୀବନ ସାରା ସୁଖ, ଦୁଃଖ ଓ ଅଭାବ ଲାଗି ରହିଥାଏ। ହେଲେ ଏଥିରୁ ମୁକୁଳିବେ କେମିତି? ଜୀବନରେ କେବେ ଧନୀ ହେବେ? ଏନେଇ କଣ ରହିଛି ଚାଣକ୍ୟ ନୀତିରେ। ଜୀବନ, ଧନ, ସଫଳତା ଓ ବ୍ୟବହାର ସହିତ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଚାଣକ୍ୟ ନୀତିରେ ଲିପିବଦ୍ଧ ହୋଇ ରହିଛି। ଚାଣକ୍ୟ ନୀତିରେ ଏପରି ଲୋକଙ୍କ ବିଷୟରେ ମଧ୍ୟ ଉଲ୍ଲେଖ ଅଛି, ଯେଉଁମାନେ ଜୀବନସାରା ଆର୍ଥିକ ଅଭାବ ସହ ସଂଘର୍ଷ କରିଚାଲନ୍ତି।

    ଚାଣକ୍ୟ କହୁଛନ୍ତି, କେବଳ ଭାଗ୍ୟ ନୁହେଁ, ମଣିଷର ଅଭ୍ୟାସ ଓ ଚିନ୍ତାଧାରା ମଧ୍ୟ ତାର ଗରିବୀର ଏକ ବଡ଼ କାରଣ ହୋଇଥାଏ। ସେଭଳି ଲୋକ ସର୍ବଦା ଧନ ଅଭାବରେ ସଂଘର୍ଷ କରନ୍ତି।

    ଅଳସୁଆ

    ଚାଣକ୍ୟ କୁହନ୍ତି, ଯେଉଁ ବ୍ୟକ୍ତି ଅଳସୁଆ ହୋଇଥାଏ, ତା’ ପାଖରେ ଧନ କେବେ ଦୀର୍ଘ ସମୟ ଧରି ରହେନି। ପରିଶ୍ରମଠାରୁ ଦୂରେଇ ରହୁଥିବା ମଣିଷ ସୁଯୋଗ ମିଳିଲେ ମଧ୍ୟ ତା’ର ସଠିକ୍ ଲାଭ ଉଠାଇପାରେ ନାହିଁ। ଏପରି ଲୋକ ସର୍ବଦା ପରିସ୍ଥିତିକୁ ଦୋଷ ଦେଇଚାଲନ୍ତି। କିନ୍ତୁ ନିଜକୁ ବଦଳାଇବାକୁ ଚେଷ୍ଟା କରନ୍ତି ନାହିଁ।

    ଅନୁଶାସନହୀନ

     

    ଯେଉଁମାନଙ୍କ ମଧ୍ୟରେ ଅନୁଶାସନର ଅଭାବ ଥାଏ, ସେମାନେ ମଧ୍ୟ ଆର୍ଥିକ ସମସ୍ୟାରୁ ବାହାରି ପାରନ୍ତିନାହିଁ। ଚାଣକ୍ୟଙ୍କ ଅନୁସାରେ, ବିନା ଯୋଜନାରେ ଖର୍ଚ୍ଚ କରିବା ଓ ଭବିଷ୍ୟତ ପାଇଁ ସଞ୍ଚୟ ନକରିବା ବ୍ୟକ୍ତିକୁ ଧୀରେ ଧୀରେ ଋଣ ଓ ଗରିବୀ ଆଡ଼କୁ ନେଇଯାଏ। ଧନ କମାଇବାଠାରୁ ଅଧିକ ଜରୁରୀ ତାକୁ ସଠିକ ଉପାୟରେ ସମ୍ଭାଳିବା। ଭୁଲ ସଙ୍ଗତରେ ପଡ଼ିଥିବା ମଣିଷ। ଆଚାଯ୍ୟ ଚାଣକ୍ୟ ଭୁଲ ସଙ୍ଗତିକୁ ମଧ୍ୟ ଗରିବୀର ଏକ ବଡ଼ କାରଣ ବୋଲି କହିଛନ୍ତି। ଯେଉଁ ବ୍ୟକ୍ତି ଖରାପ ଅଭ୍ୟାସ ଓ ଭୁଲ ଲୋକଙ୍କ ପ୍ରଭାବରେ ରହେ, ସେ ନିଜ ଜୀବନର ଲକ୍ଷ୍ୟରୁ ଦୂରେଇଯାଏ। ମଦ, ଜୁଆ ଓ ଦେଖାଣିଆ ପଣ ଭଳି ଅଭ୍ୟାସ ମଣିଷର ଆର୍ଥିକ ଅବସ୍ଥାକୁ ଦୁର୍ବଳ କରିଦିଏ।

     

    ଜ୍ଞାନଠାରୁ ଦୂରେଇ ଯିବା

    ଯେଉଁମାନେ ଜ୍ଞାନ ପ୍ରାପ୍ତ କରିବାରୁ ଦୂରେଇ ରୁହନ୍ତି, ସେମାନେ ଜୀବନରେ ଆଗକୁ ବଢିପାରନ୍ତି ନାହିଁ। ଶିଖିବାର ଇଚ୍ଛା ସରିଗଲେ ଉନ୍ନତିର ରାସ୍ତା ମଧ୍ୟ ବନ୍ଦ ହେବାକୁ ଲାଗେ। ସମୟ ସହିତ ନିଜକୁ ବଦଳାଇବା ଓ ନୂଆ ଶିଖିବା ସଫଳତା ପାଇଁ ଜରୁରୀ ବୋଲି ଚାଣକ୍ୟ କହିଛନ୍ତି।

    ସମୟ ବରବାଦ କରୁଥିବା ବ୍ୟକ୍ତି

    ଚାଣକ୍ୟ କୁହନ୍ତି, ଯେଉଁ ବ୍ୟକ୍ତି ସମୟର ସଦୁପଯୋଗ କରେନାହିଁ, ତା’ ହାତରୁ ସୁଯୋଗ ଖସିଯାଏ। ସଫଳ ବ୍ୟକ୍ତି ସମୟର ସଠିକ୍ ଉପଯୋଗ କରନ୍ତି। ଆଉ ସଫଳତା ପାଆନ୍ତି। ଅଳସୁଆମାନେ ସମୟର ସଦୁପଯୋଗ କରିନପାରି ପଶ୍ଚାତାପ କରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.5 ° C
    24.5 °
    24.5 °
    88 %
    1.4kmh
    84 %
    Wed
    25 °
    Thu
    32 °
    Fri
    31 °
    Sat
    31 °
    Sun
    30 °

    ସମ୍ବନ୍ଧିତ