Wednesday, October 7, 2026
30.3 C
Odisha

    ନକ୍ସଲମୁକ୍ତ ଦାୟିତ୍ୱ ନେବ ସିଆଇଏସଏଫ : ଅମିତ ଶାହ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କଟକର ମୁଣ୍ଡଳୀସ୍ଥିତ CISF କ୍ୟାମ୍ପରେ ଆୟୋଜିତ୫୭ତମ ପ୍ରତିଷ୍ଠା ଦିବସ ପ୍ୟାରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଶାହ। ସଲାମୀ ଗ୍ରହଣ କରିବା ସହ ବଳର ବୀରତ୍ୱ ଓ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି। ଦେଶର ସୁରକ୍ଷା କ୍ଷେତ୍ରରେ CISFର ଅବଦାନକୁ ନେଇ ଭୁରି ପ୍ରଶଂସା କରିବା ସହ CISFକୁ ଅଧିକ ବଳ ଓ ଶକ୍ତି ଯୋଗାଇବା ପାଇଁ ବଡ଼ ଘୋଷଣା କରିଛନ୍ତି।

    ଶାହ କହିଛନ୍ତି ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ରୂପେ ନକ୍ସଲ ମୁକ୍ତ କରିବା ପାଇଁ ମୋଦୀ ସରକାରଙ୍କ ସଂକଳ୍ପ ରହିଛି। ଏଥିରେ CISF ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶର ବିମାନବନ୍ଦର, ବନ୍ଦର ଏବଂ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକର ସୁରକ୍ଷା ଦାୟିତ୍ୱ CISF ସଫଳତାର ସହ ତୁଲାଉଛି। ଆଗାମୀ ଦିନରେ ଦେଶର ସମସ୍ତ ବନ୍ଦରର ସୁରକ୍ଷା ଦାୟିତ୍ୱ CISFକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି। ଏହାସହ ସୁରକ୍ଷା ବଳକୁ ଆହୁରି ସଶକ୍ତ କରିବା ପାଇଁ ବଡ଼ ଘୋଷଣା କରିଛନ୍ତି ଶାହ। ସୁରକ୍ଷା ବଳ ପାଇଁ ଆହୁରି ଅର୍ଥ ଆବଶ୍ୟକତା ପରିଲକ୍ଷିତ କରି ବଡ ଅର୍ଥ ରାଶି ଘୋଷଣା କରିଛନ୍ତି । ଏହି ଅବସରରେ CISF ପାଇଁ ୮୮ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଶାହ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ