Monday, March 30, 2026
36.2 C
Odisha

    ନନ୍ଦନକାନନରେ ଖେଳିଗଲା ଖୁସି,ପ୍ରଥମ ଥର ମା’ ହେବ ବାଘୁଣୀ ମୌସୁମୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନନ୍ଦନକାନନ ପାଇଁ ଆସିଛି ଖୁସିର ଖବର। ଧଳା ବାଘୁଣୀ ‘ମୌସୁମୀ’ ମା’ ହେବାକୁ ଯାଉଛି। ସେ ଏବେ ପାଖାପାଖି ୨ ମାସର ଗର୍ଭବତୀ। ଆଉ ପ୍ରାୟ ଦେଢ଼ ମାସ ପରେ ସେ ନନ୍ଦନକାନନକୁ ଭେଟି ଦେବ ନୂତନ ଅତିଥି। ମୌସୁମୀ ଧଳା ବାଘୁଣୀ ହୋଇଥିବାରୁ ତା’ ଗର୍ଭରୁ ମଧ୍ୟ ଧଳା ବାଘ ଛୁଆ ଜନ୍ମ ନେବାର ସମ୍ଭାବନା ରହିଛି। ତେଣୁ ନନ୍ଦନକାନନରେ ଧଳାବାଘ ସଂଖ୍ୟା ବଢ଼ିବ ବୋଲି କର୍ତ୍ତୃପକ୍ଷ ଆଶାବାଦୀ। କିିନ୍ତୁ ଦୁଇ ମାସ ଭିତରେ ମହାବଳ ବାଘ ‘ନନ୍ଦନ’ ଓ ସାଧାରଣ ନାଲି ରଙ୍ଗର ବାଘୁଣୀ ‘ସାରା’ର ମୃତ୍ୟୁ ନନ୍ଦନକାନନ‌ରେ ଦୁଃଖର କଳା ବାଦଲ ଘୋଡ଼ାଇ ଦେଇଥିଲା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡ଼ିତ ଏହି ୨ ବାଘଙ୍କ ମୃତ୍ୟୁ ସ୍ବାଭାବିକ ଥିଲେ ମଧ୍ୟ ନନ୍ଦନକାନନ ପୃଷ୍ଠା ପାଇଁ ସେମାନଙ୍କ କାହାଣୀ ଥିଲା ନିଆରା। କିନ୍ତୁ ଏହି ଦୁଃଖ ବେଶି ଦିନ ରହିନାହିଁ।୨୦୧୬ ଅଗଷ୍ଟ ୫ ତାରିଖରେ ଜନ୍ମଲାଭ କରିଥିବା ମୌସୁମୀକୁ ଏବେ ୮ ବର୍ଷ ବୟସ। ସାଧାରଣ ନାଲିରଙ୍ଗର ମହାବଳ ବାଘ ମନିଷ ଓ ଧଳାରଙ୍ଗର ବାଘୁଣୀ ସ୍ନେହାଙ୍କ ମିଳନରୁ ସେ ଜନ୍ମ ନେଇଥିଲା। ଦୁଇମାସ ପୂର୍ବେ ସାଧାରଣ ନାଲିରଙ୍ଗର ମହାବଳ ବାଘ ରାଜେଶ ଓ ମୌସୁମୀର ମିଳନ ହୋଇଥିଲା। ଏବେ ସେ ଗର୍ଭବତୀ ଥିବା ସ୍ପଷ୍ଟ ହୋଇଛି। ବାଘମାନେ ସାଧାରଣତଃ ଗର୍ଭଧାରଣର ୧୦୪ ଦିନ ଭିତରେ ଶାବକ ଜନ୍ମ ଦିଅନ୍ତି। ତେଣୁ ସେହି ଅନୁସାରେ ଆଉ ୪୦ରୁ ୪୪ ଦିନ ଭିତରେ ମୌସୁମୀ ଗର୍ଭରୁ ନବଜାତକମାନେ ନନ୍ଦନକାନନକୁ ଆସିବେ। ତେଣୁ ଏବେଠୁ ଜନ୍ତୁରକ୍ଷକମାନେ ତା’ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ଏକଦା ନନ୍ଦନକାନନର ଧଳାବାଘ ସଂଖ୍ୟା ୧୨ ଥିଲା। ଏବେ ଅଛନ୍ତି ମାତ୍ର ୬। ବର୍ତ୍ତମାନ ଥିବା ଧଳା ବାଘମାନେ ହେଲେ ସମ୍ରାଟ, ସାହିଲ୍‌ ଓ ଶିବା ଏବଂ ୩ ଧଳା ବାଘୁଣୀ ହେଲେ ମୌସୁମୀ, ରୂପା ଓ ହିମାଂଶୀ। ଖୁବ୍‌ଶୀଘ୍ର ହିମାଂଶୀକୁ ରାଞ୍ଚିସ୍ଥିତ ଭଗବାନ ବିର୍ସା ମୁଣ୍ଡା ପ୍ରାଣୀଉଦ୍ୟାନକୁ ପଠାଯିବ। ତେଣୁ ଧଳାବାଘ ସଂଖ୍ୟା ୫କୁ   ବୃଦ୍ଧି ପାଇବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.2 ° C
    36.2 °
    36.2 °
    23 %
    1.8kmh
    0 %
    Mon
    41 °
    Tue
    38 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ