Sunday, April 12, 2026
25.3 C
Odisha

    ନନ୍ଦନକାନନରେ ନୂଆ ଅତିଥି; ପ୍ରାଣୀ ଉଦ୍ୟା‌ନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୮କୁ ବୃଦ୍ଧି

    ଆଗକୁ ପଢନ୍ତୁ

    ବାରଙ୍ଗ: ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’କୁ ଗୁରୁବାର ଏକ ନୂଆ ଅତିଥି ଆସିଛି। ପର୍ଯ୍ୟଟକମାନଙ୍କୁ ଖୁସି ବାଣ୍ଟୁଥିବା ପ୍ରାଣୀ ଉଦ୍ୟାନର ୭ବର୍ଷ ୪ମାସର ସିମ୍ପାଞ୍ଜି ‘ଦୁର୍ଗା’ ଏକ ସନ୍ତାନ ଜନ୍ମ କରିଛି। ଅଣ୍ଡିରା ସିମ୍ପାଞ୍ଜି ‘ଜୁଲୁ’ ସହିତ ମିଳନରୁ ୨୩୮ଦିନର ଗର୍ଭଧାରଣ କରିବା ପରେ ଦୁର୍ଗା ଆଜି ମାତୃତ୍ବ ଲାଭ କରିଛି। ଦୁର୍ଗା ଓ ତାର ସନ୍ତାନକୁ ଏବେ ସ୍ବତନ୍ତ୍ର ଖୁଆଡ଼ରେ ରଖାଯାଇଛି। ମା-ଶିଶୁଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ନବଜାତକ ସହିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ସବୁଠାରୁ ବଡ଼ କଥା ହେଲା ଜୁଲୁର ମୃତ୍ୟୁ ପୂର୍ବରୁ ସେ ନିଜର ସ୍ମୁତି ଛାଡ଼ି ଯାଇଛି।

    ସୂଚନାଯୋଗ୍ୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ ଅବସରରେ ୧୩ ବର୍ଷ ବୟସ୍କା ସିମ୍ପାଞ୍ଜି ‘ରାକ୍ଷୀ’ ପ୍ରାଣୀ ଉଦ୍ୟାନକୁ ଏକ ଅଣ୍ଡିରା ଶାବକ(ଅନୁମାନ କରାଯାଇଛି) ଭେଟିଦେଇଥିଲା। ଖୁଆଡ଼ ନମ୍ବର ୬୦(କ)ରେ ରହୁଥିବା ରାକ୍ଷୀ ଗତ ୨୯ ତାରିଖ ଦିନ ତା’ର ନବଜାତ ଶାବକକୁ ସ୍ତନ୍ୟପାନ କରାଉଥିବା ଦେଖିବାକୁ ମିଳିଥିଲା। ଭୋର୍‌ ସମୟରେ ସେ ଶାବକ ଜନ୍ମ ଦେଇଥିବା ଜଣାପଡ଼ିଥିଲା। ପ୍ରାଣୀ ଉଦ୍ୟାନର ବୟସ୍କ ସିମ୍ପାଞ୍ଜି ଜୁଲୁ(୩୫) ଓ ପୂର୍ଣ୍ଣିମାଙ୍କ ମିଳନରୁ ୨୦୧୧ ମସିହା ଅଗଷ୍ଟରେ ରାକ୍ଷୀ ଜନ୍ମ ନେଇଥିଲା। ନନ୍ଦନକାନନରେ ଗତ ୩୦ ତାରିଖ ଦିନ ଏକ ଦୁଃଖଦ ଘଟଣା ଘଟିଥିଲା।  ସିମ୍ପାଞ୍ଜି ବଂଶର ଶ୍ରଷ୍ଠା ‘ଜୁଲୁ’ର ବାର୍ଦ୍ଧକ୍ୟରେ ପୀଡିତ ହୋଇ ମୃତ୍ୟୁ ହୋଇଥିଲା। ‘ଜୁଲୁ’ ଚିକିତ୍ସାଧିନ ଅବସ୍ଥାରେ ଥିଲା। ‘ଜୁଲୁ’ ପରିବାରର ମୁଖିଆ ଥିଲା। ପମ୍ପେ୍ଟା ସହ ମିଳନରୁ ‘ଜୁଲୁ’ର ବଂଶ ବିସ୍ତାର ହୋଇଥିଲା। ନନ୍ଦନକାନନରେ ଜନ୍ମିତ ସମସ୍ତ ୧୪ ଶାବକ ‘ଜୁଲୁ’ ସହ ମିଳନରୁ ଜନ୍ମ ନେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    20 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ