Tuesday, April 7, 2026
27.6 C
Odisha

    ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଖୁସି ଖବର, ଏକ ଲମ୍ବା ଥଣ୍ଟିଆ ଶାଗୁଣା ଛୁଆ ଜନ୍ମ

    ଆଗକୁ ପଢନ୍ତୁ

    ବାରଙ୍ଗ : ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଖୁସି ଖବର । ପ୍ରାଣୀଉଦ୍ୟାନର ଶାଗୁଣା ପ୍ରଜନନ କେନ୍ଦ୍ରରେ ଏକ ଲମ୍ବା ଥଣ୍ଟିଆ ଶାଗୁଣା ଛୁଆ ଜନ୍ମ ନେଇଛି । ଚଳିତ ମାସ ୧୧ ତାରିଖରେ ଅଣ୍ଡାରୁ ଛୁଆଟି ସଫଳତାର ସହ ଫୁଟି ବାହାରିଥିଲା । କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅଧିନରେ ୨୦୧୨ରେ ଏହି ଶାଗୁଣା ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରଯାଇଥିଲା । ଜାନୁଆରୀ ୧୬ ତାରିଖରେ ଶାଗୁଣା ଅଣ୍ଡା ଦେଇଥିଲା । ପରେ ତାହା ମାର୍ଚ୍ଚ ୧୧ରେ ଅଣ୍ଡାରୁ ଛୁଆ ବାହାରିଥିଲା । ଛୁଆଟି ବର୍ତ୍ତମାନ୍ ସୁସ୍ଥ ଅଛି । ଛୁଆଟିକୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖାଯାଇଛି । ଏହି ଶାଗୁଣା ଜନ୍ମ ହେବା ପରେ ନନ୍ଦନକାନନରେ ଲମ୍ବା ଥଣ୍ଟିଆ ଶାଗୁଣା ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।

    ଅନ୍ୟପଟେ ନନ୍ଦନକାନନରେ ହିଟ ୱେଭ୍‌କୁ ନେଇ ପ୍ରସ୍ତୁତି କଟାଯାଉଛି । ଆଗକୁ ମାଡ଼ି ଆସୁଛି ଭୀଷଣ ଗ୍ରୀଷ୍ମ ପ୍ରବାହ । ଫେବୁଆରୀ ମାସରୁ ଅସହ୍ୟ ଗରମ ଅନୁଭୂତ ହେଲାଣି । ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ପଶୁପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଧ୍ୟାନ ଦେଇଛନ୍ତି । ପ୍ରାଣୀ ଉଦ୍ୟାନରେ ଥିବା ପଶୁପକ୍ଷୀମାନଙ୍କ ପାଇଁ ବ୍ୟାପକ ଭାବରେ ବନ୍ଦୋବସ୍ତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    54 %
    3kmh
    66 %
    Tue
    29 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ