Tuesday, June 2, 2026
38.2 C
Odisha

    ନବରଙ୍ଗପୁରରେ ୨୦ରୁ ସ୍କୁଲ, କଲେଜ ଛୁଟି ଘୋଷଣା

    ଆଗକୁ ପଢନ୍ତୁ

    ନବରଙ୍ଗପୁର: ଅସହ୍ୟ ତାତି ଯୋଗୁଁ ନବରଙ୍ଗପୁରରେ ସ୍କୁଲ, କଲେଜ ଛୁଟି । ଆସନ୍ତା ସୋମବାରରୁ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ବନ୍ଦ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ । ପ୍ରଚଣ୍ଡ ଖରାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ପୂର୍ବରୁ ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ମଧ୍ୟ ସ୍କୁଲ, କଲେଜ ଛୁଟି ଘୋଷଣା ହୋଇଥିଲା । ବଲାଙ୍ଗୀର ଜିଲ୍ଲାରେ ଆଜିଠୁ ୨୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା ହୋଇଛି । ପ୍ରଚଣ୍ଡ ଖରାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ପୂର୍ବରୁ ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ମଧ୍ୟ ସ୍କୁଲ, କଲେଜ ଛୁଟି ଘୋଷଣା ହୋଇଥିଲା । ବଲାଙ୍ଗୀର ଜିଲ୍ଲାରେ ଆଜିଠୁ ୨୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା ହୋଇଛି ।

    ଗ୍ରୀଷ୍ମ ସ୍ଥିତିକୁ ଦେଖି ପରବର୍ତ୍ତୀ ଛୁଟି ନିଷ୍ପତ୍ତି ନିଆଯିବ। ସେହିପରି ସୁବର୍ଣ୍ଣପୁରରେ ୨୨ ଯାଏ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ଛୁଟି । ପ୍ରବଳ ଖରା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏନେଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଘୋଷଣା କରିଛନ୍ତି । ସେହିପରି କଳାହାଣ୍ଡିରେ ୨୧ ତାରିଖ ଓ ବୌଦ୍ଧ ଜିଲ୍ଲାରେ ୨୨ ଯାଏଁ ସ୍କୁଲ ଛୁଟି ଘୋଷଣା ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    38.2 ° C
    38.2 °
    38.2 °
    31 %
    0.9kmh
    37 %
    Tue
    39 °
    Wed
    41 °
    Thu
    41 °
    Fri
    42 °
    Sat
    42 °

    ସମ୍ବନ୍ଧିତ