Tuesday, September 15, 2026
24 C
Odisha

    ଜୁନ ୧୬ ତାରିଖ ପର୍ଯ୍ୟନ୍ତ ମାଛ ଧରି ପାରିବେନି ମତ୍ସ୍ୟଜୀବୀ

    ଆଗକୁ ପଢନ୍ତୁ

    କାକଟପୁର : ନଦୀ ,ସମୁଦ୍ରରେ ମାଛ ଧରିବା ଉପରେ ଲାଗିଲା ୬୧ ଦିନିଆ କଟକଣା । ମାଛ ମାନଙ୍କ ବଂଶ ବୃଦ୍ଧି ପାଇଁ ନଦୀ ସମୁଦ୍ରରୁ ମାଛ ଧରି ପାରିବେନି ମତ୍ସ୍ୟଜୀବୀ । ନଦୀ ଏବଂ ସମୁଦ୍ରରୁ ଜୁନ ୧୬ ତାରିଖ ପର୍ଯ୍ୟନ୍ତ ମାଛ ଧରି ପାରିବେନି ମତ୍ସ୍ୟଜୀବୀ । ମାଛ ଧରିବା ଉପରେ କଟକଣା ଲଗାଇଲେ ରାଜ୍ୟ ସାମୁଦ୍ରିକ ମତ୍ସ୍ୟ ବିଭାଗ । ପ୍ରତେକ ବର୍ଷ ଏପ୍ରିଲ ୧୫ ତାରିଖ ଠାରୁ ଜୁନ ୧୬ ତାରିଖ ଯାଏ ଏହିକଟକଣା ସମୁଦ୍ର ଏବଂ ନଦୀ ଉପରେ ଲାଗିଥାଏ । ଏହାର ମୁଖ୍ୟ କାରଣ ହେଲା ଏହି ସମୟରେ ମାଛ ମାନଙ୍କ ବଂଶବୃଦ୍ଧି ସମୟ ହୋଇଥାଏ ।

    ଏହି ସମୟରେ ମାଛ ମାନଙ୍କ ଶାରୀରିକ ଅଭିବୃଦ୍ଧି ହୋଇଥାଏ ,ଏବଂ ମାଛ ମାନେ ପ୍ରଜନନ ପାଇଁ ସକ୍ଷମ ହୋଇଥାନ୍ତି । ମାଛ ମାନଙ୍କ ବଂଶ ବୃଦ୍ଧି ହେଲେ ମତ୍ସ୍ୟଜୀବୀ ମାନଙ୍କ କୁଳ ବେଉସା ବଂଚି ରହିବ । ୬୧ ଦିନିଆ କଟକଣା ଜାରି ହେବା ପରେ ଅସ୍ତରଙ୍ଗ ନିକଟ ଦେବୀ ନଦୀର ବିଭିନ୍ନ ଘାଟରେ ଜାଲ ,ଡଙ୍ଗା ଗୁଡିକ ବନ୍ଧା ହୋଇ ରହିଥିବା ଦେଖିବାକୁ ମିଳିଛି । ଏହାସହ ଦେବୀ ନଦୀ ଶୁନଶାନ ହୋଇ ପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    88 %
    0.9kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ