Friday, November 28, 2025
20.1 C
Odisha

    ନବୀନଙ୍କ ହେଲିକପ୍ଟରକୁ ବିଳମ୍ବରେ ମିଳିଲା ଅନୁମତି, ୧ ଘଣ୍ଟା ୧୦ ମିନିଟ ବିଳମ୍ବରେ ନୂଆପଡ଼ାକୁ କଲେ ଯାତ୍ରା

    ଆଗକୁ ପଢନ୍ତୁ

    ନୂଆପଡ଼ା: ନବୀନଙ୍କ ହେଲିକପ୍ଟରକୁ ବିଳମ୍ବରେ ମିଳିଲା ଅନୁମତି । ଭୁବନେଶ୍ବର ଏୟାରପୋର୍ଟରୁ କ୍ଲିଅରାନ୍ସ ପାଇବାରେ ୧ ଘଣ୍ଟାରୁ ଅଧିକ ବିଳମ୍ବ ହେଲା । ଫଳରେ ୧ ଘଣ୍ଟା ୧୦ ମିନିଟ ବିଳମ୍ବରେ ନବୀନ ନୂଆପଡ଼ା ଯାତ୍ରା କରିଛନ୍ତି । ହେଲିକପ୍ଚର ଉଡ଼ାଣରେ ଅନୁମତି ବିଳମ୍ବ ପଛରେ ଷଡଯନ୍ତ୍ର ଅଭିଯୋଗ ଆଣିଛି ବିଜେଡି ।

    ଆଜି ନୂଆପଡ଼ାରେ ବିଶାଳ ରୋଡ୍ ସୋ କରିବେ ବିଜେଡି ସୁପ୍ରିମୋ । ଖରିଆର ରୋଡ୍ ରୁ ନୂଆପଡ଼ା ଏନଏସି ପର୍ଯ୍ୟନ୍ତ ରୋଡ୍ ସୋ କରିବେ । ବାଟରେ ୬ଟି ସ୍ଥାନରେ ଜନସାଧାରଣଙ୍କୁ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ପ୍ରଥମେ ଖରିଆର ରୋଡ ପୋଲିସ ଥାନା ନିକଟ ପଡିଆରେ ପହଞ୍ଚିବେ ନବୀନ । ସେଠାରୁ ଏକ ରୋଡ଼ ଶୋ’ରେ ନୂଆପଡ଼ା ପର୍ଯ୍ୟନ୍ତ ଆସିବେ । ଖରିଆର ରୋଡ଼ର ଡାଗାସ ଛକ, ବିଜୁ ପଟ୍ଟନାୟକ ଛକ, ଲଖ୍ମାନିଆ ଛକରେ ଉପସ୍ଥିତ ଜନତାଙ୍କୁ ନବୀନ ସମ୍ୱୋଧନ କରିବେ।

    ଏହା ପରେ ରୋଡ଼ ଶୋ’ରେ ନୂଆପଡ଼ା ଏନଏସିରେ ପହଞ୍ଚି ସୂର୍ଯ୍ୟନଗର ଛକ, ଗାୟତ୍ରୀ ମନ୍ଦିର ଛକ ଓ ଏକତା ଛକରେ ଜନତାଙ୍କୁ ସମ୍ବୋଧିତ କରିବେ। ନୂଆପଡ଼ାର ପାରକୋଡ୍ ଠାରେ ଏକ ବିଶାଳ ସାଧାରଣ ସଭାକୁ ସମ୍ୱୋଧିତ କରିବେ ବିଜେଡି ସଭାପତି। ଗତ ୩ ତାରିଖରେ ନବୀନ ନିର୍ବାଚନ ପ୍ରଚାରରେ ବେଇମାନ,ପ୍ରାର୍ଥୀ ଚୋରି ଓ ବିଶ୍ବାସଘାତକ ଶବ୍ଦ ବ୍ୟବହାର କରିବା ପରେ ନୂଆପଡ଼ା ଉନିର୍ବାଚନରେ ଏହା ପ୍ରମୁଖ ପ୍ରସଙ୍ଗ ହୋଇଛି। ଆଜି ପ୍ରଚାର ବେଳେ କଣ କହିବେ ନବୀନ ତାକୁ ଅପେକ୍ଷା

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.1 ° C
    20.1 °
    20.1 °
    49 %
    0.7kmh
    16 %
    Fri
    26 °
    Sat
    26 °
    Sun
    27 °
    Mon
    25 °
    Tue
    27 °

    ସମ୍ବନ୍ଧିତ