Sunday, October 4, 2026
30.6 C
Odisha

    ନବୀନ ସରକାରଙ୍କ ନିଷ୍ପତ୍ତିକୁ ମୋହର ମାରିଛନ୍ତି ସରକାର’: ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣା କରିବା ପରେ ଏହାକୁ କଟାକ୍ଷ କରିଛି ବିଜେଡି। ଶଙ୍ଖ ଭବନରେ ବିଜେଡି ଏକ ଖବରଦାତା ସମ୍ମିଳନୀ କରି ଆଶ୍ଚର୍ଯ୍ୟ ପ୍ରକାଶ କରିଛି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ”୩ ମାସ ତଳର ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ସରକାର। ପୂର୍ବ ସରକାର ଲାଗୁ କରିଥିବା ମଜୁରୀକୁ ନୂଆ ସରକାର ଦୋହରାଇଛନ୍ତି। ଏ ସଂକ୍ରାନ୍ତରେ ନବୀନ ସରକାର ଗତ ମାର୍ଚ୍ଚ ୧୯ ତାରିଖରେ ନିଷ୍ପତ୍ତି ନେଇଥିଲେ। ସମାନ ନିଷ୍ପତ୍ତି ଉପରେ ଆଜି ସରକାର ପୁଣି ମୋହର ମାରିଛନ୍ତି।” ସେହିଭଳି ବିଜେଡି ସୋସିଆଲ ମିଡ଼ିଆ ସେଲ ମୁଖ୍ୟ ସ୍ୱୟମ ପ୍ରକାଶ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଲେଖିଛନ୍ତି, ଗତ ୪ ମାସ ତଳେ ଅର୍ଥାତ ମାର୍ଚ୍ଚ ମାସରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ନିଷ୍ପତ୍ତିକୁ ତତ୍କାଳୀନ ସରକାର କ୍ୟାବିନେଟରେ ପାରିତ କରାଇ କାର୍ଯ୍ୟକାରୀ କରିଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ନୂଆ ସରକାର ଆଜି ପୁଣି ସେଇ ସମାନ ପ୍ରସ୍ତାବ କ୍ୟାବିନେଟରେ ଆଣି ପାରିତ କରାଇଛନ୍ତି। ଯାହା ଅତ୍ୟନ୍ତ ହାସ୍ୟାସ୍ପଦ କଥା। ଲାଗୁଛି ଆଡପ ମଣ୍ଡପ ବିଜେ ବେଳେ ହୋଇଥିବା ଅଘଟଣରୁ ନଜର ହଟାଇବାକୁ ତରବରିଆ ଭାବେ କାର୍ଯ୍ୟ କରି ନୂଆ ସରକାର ଏଭଳି ସ୍ଥିତିକୁ ସାମ୍ନା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ