Sunday, October 4, 2026
30.6 C
Odisha

    ଲିଙ୍ଗ ବଦଳାଇଲେ IAS ଅଧିକାରୀ

    ଆଗକୁ ପଢନ୍ତୁ

    ରେକର୍ଡ ପତ୍ରରେ ଜଣେ ବରିଷ୍ଠ ଅଧିକାରୀଙ୍କ ନାମ ଓ ଲିଙ୍ଗ ପରିବର୍ତ୍ତନ କରାଯାଇଛି। ଭାରତୀୟ ରାଜସ୍ୱ ସେବା (IRS)ର ଜଣେ ବରିଷ୍ଠ ଅଧିକାରୀ ନାମ ଏବଂ ଲିଙ୍ଗ ପରିବର୍ତ୍ତନ ପାଇ କରିଥିବା ଆବେଦନକୁ ଅନୁମୋଦନ ଦେଇଛନ୍ତି ଅର୍ଥ ମନ୍ତ୍ରଣାଳୟ। ଖବର ମୁତାବକ IRS ଅଧିକାରୀ ଏମ ଅନୁସୂୟା ବର୍ତ୍ତମାନ ହାଇଦ୍ରାବାଦର କଷ୍ଟମ୍ସ ଏକ୍ସାଇଜ୍ ଏବଂ ସର୍ଭିସ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲରେ ଯୁଗ୍ମ କମିଶନର ଭାବରେ ନିଯୁକ୍ତ ହୋଇଛନ୍ତି। ସେ ତାଙ୍କ ନାମ ଅନୁସୂୟା ପରିବର୍ତ୍ତେ ଅନୁକଥିର ସୂର୍ଯ୍ୟ ଏବଂ ଲିଙ୍ଗ ମହିଳା ପରିବର୍ତ୍ତେ ପୁରୁଷ କରିବାକୁ ଏକ ଆବେଦନ କରିଥିଲେ। ଏହାକୁ ବିଚାରକୁ ନେଇ ତାଙ୍କୁ ଅନୁମୋଦନ ଦିଆ ଯାଇଥିବା ଅର୍ଥ ମନ୍ତ୍ରଣାଳୟ କହିଛି। ବର୍ତ୍ତମାନଠାରୁ ଏହି ଅଧିକାରୀଙ୍କୁ ସମସ୍ତ ସରକାରୀ ରେକର୍ଡରେ ମିଷ୍ଟର୍ ଏମ ଅନୁକଥୀର ସୂର୍ଯ୍ୟ ମାନ୍ୟତା ଦିଆଯିବ ବୋଲି ଆୟକର ବିଭାଗ ସୂତ୍ରରୁ ପ୍ରକାଶ ପାଇଛି। ଲିଙ୍କଡଇନ୍ ପ୍ରୋଫାଇଲରେ ଉଲ୍ଲେଖ ହୋଇଥିବା ତଥ୍ୟ ଅନୁସାରେ, 35 ବର୍ଷୀୟ IRS ଅଧିକାରୀ ଅନୁକଥୀର 2013ରେ ଚେନ୍ନାଇରେ ଆସିଷ୍ଟାଣ୍ଟ କମିଶନର ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ 2018ରେ ଡେପୁଟି କମିଶନର୍ ପଦବୀକୁ ଉନ୍ନୀତ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ