Sunday, February 23, 2025
23.7 C
Odisha

    ନବୋଦୟରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜବାହାର ନବୋଦୟ ବିଦ୍ୟାଳୟ (ଜେଏନ୍ଭି)ରେ ୨୦୨୫-୨୬ ଶିକ୍ଷାବର୍ଷ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ । ଷଷ୍ଠ ଶ୍ରେଣୀ ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନ ହେବ । ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବ । ସମ୍ର ବାଉଣ୍ଡ ପାଇଁ ୨୦୨୫ ଜାନୁଆରୀ ୧୮ରେ ପରୀକ୍ଷା ହେବ । ୱିଣ୍ଟର ବାଉଣ୍ଡ ପାଇଁ ଏପ୍ରିଲ୍ ୧୨ରେ ପରୀକ୍ଷା ହେବ ।ଏନେଇ ଆବେଦନକାରୀଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହୋଇଛି । ଶିକ୍ଷାର୍ଥୀମାନେ ୨୦୨୪-୨୫ ଏକାଡେମିକ୍ ସେସନ୍ରେ ଯେକୌଣସି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠପଢ଼ୁଥିବା ଦରକାର । ସେ ଯେଉଁ ଜିଲ୍ଲାରେ ପଢ଼ୁଥିବେ ସେହି ଜିଲ୍ଲାର ଜେଏନ୍ଭିରେ ପଢ଼ିପାରିବେ । ଏଥିପାଇଁ ୨୦୧୩ ମେ ୧ରୁ ୨୦୧୫ ଜୁଲାଇ ୩୧ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଆବଶ୍ୟକ ।ଏହି ଆବେଦନ ପାଇଁ ୭୫ ପ୍ରତିଶତ ସିଟ୍ ଗ୍ରାମାଞ୍ଚଳ ପିଲାଙ୍କ ପାଇଁ ସଂରକ୍ଷଣ ରହିବ । ସରକାରୀ ନିୟମ ଅନୁଯାୟୀ, ଏସି, ଏଷ୍ଟି, ଓବିସି ଓ ଦିବ୍ୟାଙ୍ଗ ବର୍ଗ ପାଇଁ ସ୍ଥାନ ସଂରକ୍ଷିତ ରହିବ । ସର୍ବନିମ୍ନ ଏକ ତୃତୀୟାଂଶ ସିଟ୍ ବାଳିକାଙ୍କ ପାଇଁ ସଂରକ୍ଷଣ କରାଯିବ । ଏଠାରେ ନାମଲେଖା ପରେ ଶିକ୍ଷା ସହ ଆବାସିକ ବ୍ୟବସ୍ଥା ରହିଛି । ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ଛାତ୍ରାବାସ ରହିଛି । ଏନେଇ ସମସ୍ତ ସୂଚନା ଜେଏନ୍ଭି ୱେବ୍ସାଇଟ୍ www.navodaya.gov.in ରେ ଉପଲବ୍ଧ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.7 ° C
    23.7 °
    23.7 °
    22 %
    1.9kmh
    0 %
    Sun
    26 °
    Mon
    33 °
    Tue
    35 °
    Wed
    35 °
    Thu
    36 °

    ସମ୍ବନ୍ଧିତ