Friday, April 3, 2026
27 C
Odisha

    ନରେନ୍ଦ୍ର ପୁଷ୍କରିଣୀ କଳାକୃତିରେ ବୋଳି ଦେଲେ ମଇଳା, ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

    ଆଗକୁ ପଢନ୍ତୁ

    ପୁରୀ : ନରେନ୍ଦ୍ର ପୁଷ୍କରିଣୀ କଳାକୃତିରେ ବୋଳି ଦେଲେ ମଇଳା । ବିକୃତ କରିଦେଲେ ୫୫ ଦେବାଦେବୀଙ୍କ ମୁହଁ । ରାମ ସୀତା,ଲକ୍ଷ୍ମଣ ,ହନୁମାନଙ୍କ ପ୍ରତିମୂର୍ତ୍ତୀରେ କଳା ବୋଳି ଦେଇଛି କେହି ଦୁର୍ବୃତ୍ତ । ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ମଇଳା ଏତେ କଠିନ ରହିଛି ଯେ ଛଡ଼ାଇବାକୁ ଚାହିଁଲେ ବି ଛାଡୁନି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ୭୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ୪ ତୀର୍ଥ ପୁଷ୍କରିଣୀର ଚାଲିଛି ରୂପାନ୍ତରୀକରଣ କାର୍ଯ୍ୟ । ତେବେ ନରେନ୍ଦ୍ର ପୁଷ୍କରିଣୀରେ ହୋଇଥିବା ଏହି ସୁନ୍ଦର କଳାକୃତି ଉପରେ ମଇଳା ବୋଳି ମୂର୍ତ୍ତିକୁ ବିକୃତ କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ