Saturday, October 11, 2025
22.1 C
Odisha

    ନର୍ସିଂ କର୍ମଚାରୀଙ୍କୁ ଦୁଷ୍କର୍ମ ଅଭିଯୋଗ; କନଷ୍ଟେବଳ ଗିରଫ

    ଆଗକୁ ପଢନ୍ତୁ

    ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଜଣେ ନର୍ସିଂ କର୍ମଚାରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ମାମଲାରେ ଜଣେ କନଷ୍ଟେବଳଙ୍କୁ ନୂଆପଡ଼ା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କନଷ୍ଟେବଳ ଜଣକ ଖରିଆରରୋଡ୍ ଜୋଙ୍କ ଥାନାରେ କାର୍ଯ୍ୟରତ ଧନଞ୍ଜୟ ସୁନା (୩୨) । ଏନେଇ ୨୪୬/୨୪ରେ ଦଫା ୩୭୬ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ସୂଚନାନୁଯାୟୀ, ଆଜିକୁ ଦୁଇ ବର୍ଷ ଧରି ଧନଞ୍ଜୟ ଉକ୍ତ ଯୁବତୀଙ୍କ ସହ ସମ୍ପର୍କ ରଖି ଆସିଥିଲେ । ବିବାହର ପ୍ରତିଶ୍ରୁତି ଦେଇ ଶେଷରେ ଅନ୍ୟ ଯୁବତୀ ସହ ବିବାହ କରିବାକୁ ଉଦ୍ୟମ କରୁଥିଲେ । ଠିକ୍ ଏତିକିବେଳେ ଉକ୍ତ ଯୁବତୀ ଜଣଙ୍କ ପୁଲିସର ସହାୟତା ନେଇଥିଲେ । ଜଣେ କନଷ୍ଟେବଳଙ୍କ ଏଭଳି କାରନାମା ଜିଲ୍ଲା ସଦର ମହକୁମାରେ ଘଟିଥିବାରୁ ଏନେଇ ଚର୍ଚ୍ଚା ସୃଷ୍ଟି ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.1 ° C
    22.1 °
    22.1 °
    91 %
    1.2kmh
    57 %
    Fri
    22 °
    Sat
    29 °
    Sun
    29 °
    Mon
    29 °
    Tue
    29 °

    ସମ୍ବନ୍ଧିତ