Thursday, June 18, 2026
27.2 C
Odisha

    ପାକିସ୍ତାନରେ ଭୂକମ୍ପ, ତୀବ୍ରତା ୪.୬

    ଆଗକୁ ପଢନ୍ତୁ

    ପାକିସ୍ତାନ : ପାକିସ୍ତାନରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୪.୬ ଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ରସ୍ଥଳ ୯୨ କିଲୋମିଟର ଗଭୀରତାରେ ଥିବା NCS ପକ୍ଷରୁ ସୂଚନା ମିଳିଛି । କିନ୍ତୁ ଏହି ଏପର୍ଯ୍ୟନ୍ତ ଭୂକମ୍ପରେ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ ।

    କିଛି ସମୟ ପରେ ଆଜି ସକାଳେ ଉତ୍ତର-ପଶ୍ଚିମ ନେପାଳର ପଶ୍ଚିମପ୍ରଦେଶରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୪.୦ ଥିବା ମପାଯାଇଥିଲା । ଏହାର କେନ୍ଦ୍ରସ୍ଥଳ ଦାର୍ଚୁଲା ଜିଲ୍ଲାର ମୁରାଇ ଅଞ୍ଚଳ ନିକଟରେ ଥିଲା । ନିକଟବର୍ତ୍ତୀ ବୈତାଡି ଏବଂ ବଝାଙ୍ଗ ଜିଲ୍ଲାରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ନେପାଳରେ ମଧ୍ୟ କୌଣସି କ୍ଷୟକ୍ଷତି ଘଟିଥିବାର ସୂଚନା ମିଳିନାହିଁ ।

    ସୂଚନାଯୋଗ୍ୟ, ଗତ ଦୁଇ ଦିନ ତଳେ ଓସେନିଆର ମହାଦେଶର ଟୋଙ୍ଗା ଅଞ୍ଚଳ ନିକଟସ୍ଥ ନେଇଫୁରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୭.୬ ଥିଲା । ଭୂକମ୍ପ କେନ୍ଦ୍ରସ୍ଥଳ ୨୩୫ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା । ଏହି ଶକ୍ତିଶାଳୀ ଭୂକମ୍ପ ପରେ ସୁନାମୀ ଚେତାବନୀ ଜାରି କରାଯାଇଥିଲା । ଟୋଙ୍ଗାର ହିହିଫୋରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୬.୨ ରହିଥିଲା । ଯାହାର କେନ୍ଦ୍ରସ୍ଥଳ ୭୯.୭ କିଲୋମିଟର ଗଭୀରତାର ଘଟିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.2 ° C
    27.2 °
    27.2 °
    67 %
    0.8kmh
    100 %
    Thu
    27 °
    Fri
    35 °
    Sat
    38 °
    Sun
    35 °
    Mon
    37 °

    ସମ୍ବନ୍ଧିତ