Thursday, March 5, 2026
19.5 C
Odisha

    ନାଗପୁରରେ ଅଭିଷେକଙ୍କ ଜଲୱା, ପ୍ରଥମ ଟି-୨୦ କୁ ୪୮ ରନରେ ଜିତିଲା ଭାରତ

    ଆଗକୁ ପଢନ୍ତୁ

    ନାଗପୁର: ନାଗପୁରରେ ଖେଳା ଯାଇଥିବା ପ୍ରଥମ ଟି-୨୦ରେ ଭାରତ ୪୮ ରନରେ ଜିତିଛି । ଭାରତ ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ୨୩୯ ରନର ଟାର୍ଗେଟ ଦେଇଥିଲା । ଯାହାକୁ ନ୍ୟୁଜିଲାଣ୍ଡ ୨୦ ଓଭରରେ ନ୍ୟୁଜିଲାଣ୍ଡ ୭ ଓ୍ଵିକେଟ୍ ହରାଇ ୧୯୦ ରନ କରିଛି। ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ସୂର୍ଯ୍ୟବାହିନୀ ।

    ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ୮୪ ରନ, ରିଙ୍କୁ ସିଂଙ୍କ ଅପରାଜିତ ୪୪ ରନ ସହ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ଇନିଂସ ବଳରେ ୭ ଓ୍ଵିକେଟ୍ ହରାଇ ୨୩୮ ରନ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୭ ଓ୍ଵିକେଟ୍ ହରାଇ ୧୯୦ ରନ କର ପାରିଛି। ଗ୍ଲେନ ଫିଲିପ୍ସ ୭୮ ରନ ଓ ମାର୍କ ଚମ୍ପନ ୩୯ ରନ କରିଥିଲେ। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ ଶିବମ ଦୁବେ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.5 ° C
    19.5 °
    19.5 °
    28 %
    1.7kmh
    0 %
    Thu
    36 °
    Fri
    37 °
    Sat
    38 °
    Sun
    38 °
    Mon
    38 °

    ସମ୍ବନ୍ଧିତ