Thursday, April 16, 2026
29.1 C
Odisha

    ଖାଇକୁ ଖସିଲା ଓଭରଲୋଡିଂ ଜିପ୍, ୩ ମୃତ, ୧୨ରୁ ଅଧିକ ଆହତ

    ଆଗକୁ ପଢନ୍ତୁ

    ଉଦୟପୁର : ରାଜସ୍ଥାନ ଉଦୟପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଉଦୟପୁର ଜିଲ୍ଲା ଆଦିବାସୀ ଅଞ୍ଚଳ କୋଟଡାର ବିଲବନରୁ ଯାଉଥିବା ଏକ ଜିପ୍ ଅନିୟନ୍ତ୍ରିତ ହୋଇ୬୦ ଫୁଟ ଗଭୀର ଖାଇକୁ ଖସିପଡିଛି । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ଜୀବନ ଚାଲିଯାଇଥବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ଜିପରେ ୨୭ ଜଣ ଲୋକ ଥିବା ଜଣାପଡିଛି ।
    ଘଟଣା ପରେ ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପୋଲିସ ଏବଂ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲା ।

    ତେବେ ରାଜସ୍ଥାନ ଉଦୟପୁର ଜିଲ୍ଲା କୋଟଡା ସଂପୂର୍ଣ୍ଣ ଆଦିବାସୀ ଅଞ୍ଚଳ । ଏହି ଅଞ୍ଚଳରେ ୧୨୦ରୁ ଅଧିକ ଜିପ୍ ଚାଲେ । ଆଉ ସବୁବେଳେ ଏହି ଗାଡ଼ିଗୁଡିକ ଓଭରଲୋଡ ରହିଥାଏ । ପୂର୍ବରୁ ଏଭଳି ଅନେକ ଦୁର୍ଘଟଣା ଘଟିସାରିଛି, ଯେଉଁଥିରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    34 %
    1.1kmh
    0 %
    Thu
    43 °
    Fri
    43 °
    Sat
    44 °
    Sun
    44 °
    Mon
    44 °

    ସମ୍ବନ୍ଧିତ