Wednesday, March 18, 2026
23.1 C
Odisha

    ନାଗପୁରରେ ୨ ଶିଶୁ ଏଚ୍‌ଏମ୍‌ପିଭି ସଂକ୍ରମିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦେଶରେ ପୁଣି ୨ ଜଣ ଶିଶୁ ଏଚ୍‌ଏମ୍‌ପିଭି (ହ୍ୟୁମାନ ମେଟାନ୍ୟୁମୋଭାଇରସ୍‌)ରେ ଆକ୍ରାନ୍ତ ହୋଇଛନ୍ତି। ନାଗପୁରରେ ୨ ଜଣ ଶିଶୁ ଏଚଏମପିଭି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ହୋଇଥିବା ୨ ଶିଶୁଙ୍କ ବୟସ ୭ ଏବଂ ୧୪। ଏଥିସହ ଦେଶରେ ମୋଟ୍‌ ଏଚଏମପିଭି ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଗତକାଲି କର୍ଣ୍ଣାଟକର ବେଙ୍ଗାଲୁରୁରେ ୨, ତାମିଲନାଡ଼ୁର ଚେନ୍ନାଇରେ ୨ ଏବଂ ଗୁଜରାଟର ଅହମଦାବାଦରେ ଜଣେ ଶିଶୁ ଏଚ୍‌ଏମ୍‌ପିଭି ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସୂଚନାନୂଯାୟୀ ଜାନୁଆରି ୩ ତାରିଖରେ ନାଗପୁରର ୨ ଶିଶୁଙ୍କୁ ଜ୍ବର ଏବଂ କାଶ ହେବାପରେ ସେମାନଙ୍କୁ ସହରର ରାମଦାସପେଠ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ୍‌ ନିଆଯାଇଥିଲା। ଟେ‌‌ଷ୍ଟ୍‌ ହେବାପରେ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ ୨ ଜଣ ଶିଶୁ ଏଚ୍‌ଏମ୍‌ପିଭିରେ ଆକ୍ରାନ୍ତ ହୋଇଛନ୍ତି। କ‌ରୋନା ଭଳି ସମାନ ଲକ୍ଷଣ ଥିବା ଏହି  ଭୁତାଣୁ ‌ଯୋଗୁଁ ଶ୍ବାସକ୍ରିୟା‌ରେ ସମସ୍ୟା ଉପୁଜିଛି। ଜ୍ବର , ଥଣ୍ଡା, ନାକରୁ ପାଣି ଗଡ଼ିବା ଏବଂ ଗଳା ସଂକ୍ରମଣ ଭଳି ସମସ୍ୟା ଦେଖାଦେଉଛି। ନାଗପୁରରେ ୨ଟି ମାମଲା ଚିହ୍ନଟ ହେବାପରେ ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସମ୍ଭାବ୍ୟ ମାମଲା ବଢ଼ିବା ନେଇ ସତର୍କ ନଜର ରଖିଛନ୍ତି। କାଶ, ଜ୍ବର ଏବଂ ଗୁରୁତର ସ୍ବାସକ୍ରିୟାଜନିତ ସମସ୍ୟାରେ ପୀଡ଼ିତ ଲୋକମାନେ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାପାଇଁ ସ୍ବାସ୍ଥ୍ୟ ବିଭାଗ କହିଛି। ତେବେ ଲୋକମାନେ ଆତଙ୍କିତ ନହେବାପାଇଁ  ଅନୁରୋଧ କରାଯାଇଛି। ଭାଇରସ୍‌ ବିରୋଧରେ ଲଢ଼ିବାପାଇଁ ପଦକ୍ଷେପ ଏବଂ ନିରାକରଣ ସଂକ୍ରାନ୍ତ‌ରେ ଖୁବ୍‌ ଶୀଘ୍ର ନିର୍ଦ୍ଦେଶାବଳି ଜାରି ହେବ। ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରକାଶ ଅବିତକର ଅଲାଜି ସେଣ୍ଟ୍‌ ଜର୍ଜ‌୍ସ ହସ୍ପିଟାଲ୍‌ ହେଲ୍‌ଥ ସେଣ୍ଟରରେ ଏକ ବୈଠକ ରଖିଥିଲେ। ଅନ୍ୟପକ୍ଷେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ର ଦେଶରେ ବର୍ତ୍ତମାନର ସ୍ଥିତି ଯାଞ୍ଚ କରିଛନ୍ତି। ଦେଶରେ ଶ୍ବାସକ୍ରିୟା ଜନିତ ଅସୁସ୍ଥତା ବଢ଼ିନାହିଁ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.1 ° C
    23.1 °
    23.1 °
    49 %
    1.3kmh
    87 %
    Wed
    35 °
    Thu
    35 °
    Fri
    36 °
    Sat
    34 °
    Sun
    36 °

    ସମ୍ବନ୍ଧିତ