Sunday, September 8, 2024
24.3 C
Odisha

    ନାଗ ପଞ୍ଚମୀ କେବେ ଓ ହିନ୍ଦୁ ଧର୍ମରେ କାହିଁକି ପାଳନ କରାଯାଇ ଥାଏ , ଏହିଦିନ ପାଠ କରନ୍ତୁ ଏହି ଦିବ୍ୟ ମନ୍ତ୍ର

    ଆଗକୁ ପଢନ୍ତୁ

    ଶ୍ରାବଣ ମାସରେ ମହାଦେବଙ୍କର ବିଶେଷ ପୂଜାର୍ଚନା କରାଯାଇଥାଏ l ଏହାଛଡା ଶ୍ରାବଣ ମାସରେ ମହାଦେବଙ୍କ ପ୍ରିୟ ଗଣ ନାଗ ଦେବତାଙ୍କର ମଧ୍ୟ ପୂଜାର୍ଚନା କରାଯାଇଥାଏ l ଶ୍ରାବଣ ମାସର ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନାଗ ପଞ୍ଚମୀ ଶୈବ ପୂଜକମାନେ ପାଳନ କରିଥାଆନ୍ତି l ଏହିଦିନ ନାଗ ଦେବତାଙ୍କୁ ପୂଜା କରିବା ଦ୍ୱାରା କାଳସର୍ପ ଦୋଷରୁ ମୁକ୍ତି ମିଳିଥାଏ l ଏହାଛଡା ସର୍ପ ଦଂଶନର ଭୟ ମଧ୍ୟ ଦୂର ହୋଇଥାଏ lଚଳିତ ବର୍ଷ ନାଗ ପଞ୍ଚମୀ ଅଗଷ୍ଟ ୯ ତାରିଖ ଦିନ ପାଳିତ ହେବ l ନାଗ ପଞ୍ଚମୀରେ ଅନନ୍ତ ନାଗ, ବାସୁକୀ, ଶେଷ ନାଗ, ପଦ୍ମ ନାଗ, କମ୍ବଳ ନାଗ, ଶଙ୍ଖପାଳ ନାଗ, କାଳୀୟ ନାଗ , ତକ୍ଷକନାଗଙ୍କୁ ପୂଜାର୍ଚନା କରାଯାଇଥାଏ lନାଗ ପଞ୍ଚମୀ କାହିଁକି ପାଳନ କରାଯାଏ ଆସନ୍ତୁ ଜାଣିିବା –
    ପୌରାଣିକ କଥା ଅନୁସାରେ ଅଭିମନ୍ୟୁଙ୍କ ପୁତ୍ର ରାଜା ପରୀକ୍ଷିତଙ୍କ ମୃତ୍ୟୁ ନାଗ ଦେବତାଙ୍କ ଦଂଶନ ଦ୍ୱାରା ହୋଇଥିଲା l ପିତାଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଜନ୍ମେଜୟ  ପ୍ରତିଶୋଧ ନେବା ପାଇଁ ସର୍ପମାନଙ୍କୁ ମାରିବା ପାଇଁ ନାଗ ଦାହ ଯଜ୍ଞ କରିଥିଲା l ଯେଉଁଥିରେ ସଂସାରର ସମସ୍ତ ସର୍ପ ଜଳିବାକୁ ଲାଗିଥିଲେ ସର୍ପମାନେ ନିଜ ଜୀବନ ରକ୍ଷା ପାଇଁ ଆସ୍ତିକ ମୁନୀଙ୍କ ନିକଟରେ ଶରଣ ପଶିଥିଲେ l ମୁନୀ ରାଜା ଜନ୍ମେଜୟଙ୍କୁ ବୁଝାଇଥିଲେ ଓ ଯଜ୍ଞ କାର୍ଯ୍ୟ ବନ୍ଦ କରିଥିଲେ l ଯେଉଁଦିନ ଏହି ଘଟଣା ଘଟିଥିଲା ସେହିଦିନ ଶ୍ରାବଣ ଶୁକ୍ଲପକ୍ଷ ପଞ୍ଚମୀ ତିଥି ଥିଲl , ସେହିଦିନ ଆସ୍ତିକଙ୍କ ମୁନୀଙ୍କ କାରଣରୁ ନାଗମାନଙ୍କର ରକ୍ଷା ହୋଇଥିଲା l ଏହିଦିନଟିକୁ ସେଥିପାଇଁ ନାଗ ପଞ୍ଚମୀ ଭାବରେ ପାଳନ କରାଯାଇ ଥାଏ

    ନାଗ ପଞ୍ଚମୀ ରେ ପାଠ କରନ୍ତୁ ଏହି ଦିବ୍ୟ ମନ୍ତ୍ର –

    ଅନନ୍ତ ବାସୁକୀ ଶେଷଙ୍ଗ ପଦ୍ମନାଭଙ୍ଗ ଚ କମ୍ବଳମ ,
    ଶଡ଼ଖଙ୍ଗ ପାଲଂ ଧୃତରାଷ୍ଟ୍ରଙ୍ଗ ତକ୍ଷକଂ କାଳୀୟଂ ତଥା ,
    ଏତାନୀ ନବ ନମାମି ନାଗାନାଂ ଚ ମହାତ୍ମ୍ୟମ ,
    ସାୟଡ଼କାଳେ ପଠେନିତ୍ୟଙ୍ଗ ପ୍ରାତଃ କାଳେ ବିଶେଷତଃ,
    ତସ୍ୟ ବିଷଭୟଂ ନାସ୍ତି ସର୍ବତ୍ର ବିଜୟୀ ଭଵେତ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    91 %
    0.9kmh
    87 %
    Sun
    29 °
    Mon
    30 °
    Tue
    27 °
    Wed
    29 °
    Thu
    30 °

    ସମ୍ବନ୍ଧିତ