Friday, October 2, 2026
23.8 C
Odisha

    ୨୭ ଯାଏ ଘୁଞ୍ଚିଲା ଓଟିଇଟି ଆବେଦନ

    ଆଗକୁ ପଢନ୍ତୁ

    କଟକ  : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ର ଆବେଦନ ଅବଧି ବୃଦ୍ଧି ପାଇଛି। ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ। ପୂର୍ବରୁ ନଭେମ୍ବର ୨୫ ତାରିଖ ଯାଏ ଆବେଦନର ଅବଧି ରହିଥିଲା;କିନ୍ତୁ ୱେବସାଇଟ୍‌ରେ ତ୍ରୁଟି ଦେଖିବାକୁ ମିଳିଥିଲା। ଆଶାୟୀମାନେ ଆବେଦନ କରୁଥିଲେ ମଧ୍ୟ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହୁଥିଲା। ଏପରିକି ୱେବସାଇଟ୍‌ ଖୋଲୁନଥିଲା। ଯେଉଁଥିପାଇଁ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଥିବାବେଳେ ଏହାକୁ ଦୃଷ୍ଟିରେ ରଖି ବୋର୍ଡ କର୍ତ୍ତୃପକ୍ଷ ଅବଧି ବୃଦ୍ଧି କରିଛନ୍ତି।

    ସୂଚନାଯୋଗ୍ୟ ଯେ, ଆସନ୍ତା ଡିସେମ୍ବର ୧୭ରେ ଓଟିିଇଟି ଅନୁଷ୍ଠିତ ହେବ। ପୂର୍ବାହ୍ଣ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପେପର-୧ ଏବଂ ଅପରାହ୍ଣ ୨ଟାରୁ ୪.୩୦ ମିନିଟ୍‌ ପର୍ଯ୍ୟନ୍ତ ପେପର-୨ ଆଶାୟୀ ପରୀକ୍ଷା ଦେବେ। ଏଥିନିମନ୍ତେ ଫର୍ମ ପୂରଣ ପ୍ରକ୍ରିୟା ଗତ ନଭେମ୍ବର ୧୨ ରୁ ଆରମ୍ଭ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ