Saturday, February 21, 2026
19 C
Odisha

    ନାବାଳିକାକୁ ବିଷ ପିଆଇ ମାରିବା ପରେ ନିଜେ ବିଷ ପିଇଲା ଅଭିଯୁକ୍ତ ଯୁବକ

    ଆଗକୁ ପଢନ୍ତୁ

    ନୟାଗଡ଼ : ନାବାଳିକାକୁ ଜବରଦସ୍ତ ବିଷ ପିଆଇ ମାରିବା ପରେ ନିଜେ ବିଷ ପିଇଲା ଅଭିଯୁକ୍ତ ଯୁବକ  ।  ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ମଗରବନ୍ଧରେ ଏହି ଘଟଣା ଘଟିଛି  ।   ମଗରବନ୍ଧ ଗାଁର ଗୋଲେଖ ନାୟକଙ୍କ ପୁଅ ପୂର୍ଣ୍ଣ ଜଣେ ନାବାଳିକାକୁ ଏକତରଫା ପ୍ରେମ କରୁଥିଲା  ।  ଏନେଇ ନାବାଳିକାର ପରିବାର ଲୋକେ ପୂର୍ଣ୍ଣର ବାପାମାଆଙ୍କୁ ଜଣାଇଥିଲେ ମଧ୍ଯ ପରିବାର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା  ।

    ଏପରିକି ନାବାଳିକା ଜଣକ ସ୍କୁଲ୍ ଏବଂ ଟ୍ୟୁସନ୍ ଯିବା ସମୟରେ ପୂର୍ଣ୍ଣ ବାରମ୍ବାର ଅସଦାଚରଣ କରୁଥିଲେ ବୋଲି ନାବାଳିକାଙ୍କ ବାପା କହିଛନ୍ତି  ।  ଆଜି ନାବାଳିକା ଜଣକ ଟ୍ୟୁସନ ଯିବା ସମୟରେ ବିନାୟକପୁର ଶିବ ମନ୍ଦିର ନିକଟରେ ପୂର୍ଣ୍ଣ ପ୍ରଥମେ ନାବାଳିକାର ମୁଣ୍ଡକୁ ଏକ ପାଇପରେ ପିଟିବା ପରେ ଜବରଦସ୍ତ ବିଷ ପିଆଇଦେଇଥିଲା  ।

    ପରେ ପୂର୍ଣ୍ଣ ନିଜେ ମଧ୍ଯ ବିଷ ପିଇ ଦେଇଥିଲେ  ।  ଉଭୟଙ୍କୁ ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଥିଲେ  ।  ଏହି ଘଟଣାକୁ ନେଇ ନୟାଗଡ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା  ।  ପୂର୍ଣ୍ଣକୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି  ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19 ° C
    19 °
    19 °
    34 %
    1.5kmh
    0 %
    Sat
    35 °
    Sun
    35 °
    Mon
    36 °
    Tue
    35 °
    Wed
    35 °

    ସମ୍ବନ୍ଧିତ