Tuesday, September 29, 2026
23.8 C
Odisha

    ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ ଜେଲଦଣ୍ଡ

    ଆଗକୁ ପଢନ୍ତୁ

    କଟକ : ନାବାଳିକା ଦୁଷ୍କର୍ମ ମାମଲା କଟକ ଆଡ଼ହକ ଅତିରିକ୍ତ ଜିଲ୍ଲାଜଜ ତଥା ପୋକସୋ ଅଦାଲତ ଅଭିଯୁକ୍ତ ସୁମନ୍ତ ସେଠୀକୁ ଦୋଷୀ ସାବ୍ୟସ୍ତ କରିବା ସହିତ ୧୦ ବର୍ଷ ସଶ୍ରମ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଜେଲଦଣ୍ଡ ସହ ୬୦ ହଜାର ଟଙ୍କା ଆର୍ଥିକ ଜରିମାନାରେ ମଧ୍ୟ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ଭାରତୀୟ ଦଣ୍ଡବିଧି ଆଇନର ୩୭୬(୨)(ଏନ) ଏବଂ ପୋକସୋ ଆକ୍ଟ ଧାରା ୬ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଏହାସହ ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଅଦାଲତ କଟକ ଜିଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦେଶ ଦେଇଛନ୍ତି।୨୦୧୯ ଫେବ୍ରୁଆରୀ ୨ରେ କନ୍ଦରପୁର ଥାନାରେ ପୀଡିତାଙ୍କ ମାଆଙ୍କ ପକ୍ଷରୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଏହି ଘଟଣାରେ କନ୍ଦରପୁର ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। କଟକ ଆଡ଼ହକ ଅତିରିକ୍ତ ଜିଲ୍ଲାଜଜ ତଥା ପୋକସୋ ଅଦାଲତ ମାମଲାର ଶୁଣାଣି କରି ୧୬ ଜଣ ସାକ୍ଷୀଙ୍କ ବୟାନ ଓ ବିଭିନ୍ନ ତଥ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତକୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଶୁଭେନ୍ଦ୍ର ପ୍ରସାଦ ମହାନ୍ତି ଏହି ମାମଲା ପରିଚାଳନା କରୁଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ