ବଲିଉଡ ଏବଂ କ୍ରିକେଟ୍ ଟିମର ଲୋକପ୍ରିୟ ଦମ୍ପତ୍ତି କେଏଲ ରାହୁଲ ଏବଂ ଆଥିୟା ସେଟ୍ଟୀ ଏବେ ଶିରୋନାମାରେ ରହିଛିନ୍ତି । ଦୁହେଁ ତାଙ୍କ ଝିଅର ପ୍ରଥମ ଜନ୍ମଦିନ ପାଳନ କରିଛନ୍ତି । ସେହି ଖାସ୍ ମୁହୂର୍ତ୍ତର କିଛି ଝଲକ ଆଥିୟା ସେଟ୍ଟୀ ସେୟାର କରିଛନ୍ତି । ସେୟାର ହୋଇଥିବା ଏହି ଫଟୋ ପ୍ରଶଂସକଙ୍କ ହୃଦୟକୁ ଛୁଇଁଛି ।
ଆଥିୟା ସେଟ୍ଟୀ ସେୟାର କରିଥିବା ସେହି ଫଟୋରେ ତାଙ୍କ ଝିଅ ଇଭାରା କୁନି ହାତରେ କେଏଲ ରାହୁଲଙ୍କ ହାତ ଧରିଥିବାର ଦେଖିବାକୁ ମିଳିଛି । ଏଥିସହିତ ଉଭୟେ ସେୟାର କରିଥିବା ଆଉ ଏକ ଫଟୋରେ ଝିଅର ଜନ୍ମଦିନ କେକ୍ ସହିତ ବର୍ଥଡେ ଥିମ୍ ମଧ୍ୟ ଦେଖିବାକୁ ମିଳିଛି । ସେହି ପୋଷ୍ଟରେ ଇଭାରାଙ୍କୁ ଆଥିୟା କୋଳରେ ଧରିଥିବା ମଧ୍ୟ ନଜର ଆସିଛନ୍ତି । ଏହି ଫଟୋ ସେୟାର କରିବା ସହିତ କ୍ୟାପସନରେ ଲେଖିଛନ୍ତି ଯେ, ‘‘ଜନ୍ମଦିନର ଶୁଭେଚ୍ଛା, ଆମ ଜୀବନ । ଆମକୁ ବାପା-ମା ଭାବରେ ବାଛିଥିବାରୁ ତୁମକୁ ଧନ୍ୟବାଦ । ଆମେ ତୁମକୁ ଶବ୍ଦ ଏବଂ ଦୁନିଆଁ ଅପେକ୍ଷା ଅଧିକ ଭଲପାଉ ।’’ କିନ୍ତୁ ଝିଅ ଇଭାରାର ମୁହଁ ରିଭିଲ୍ କରିନାହାଁନ୍ତି ଦମ୍ପତ୍ତି ।
ଯଦି କେଏଲ ରାହୁଲ ଏବଂ ଆଥିୟାଙ୍କ କଥା କୁହାଯାଏ ତେବେ ସେମାନେ ୨୦୧୯ରେ ପରସ୍ପର ସହିତ ଡେଟ୍ ଆରମ୍ଭ କରିଥିଲେ । କିଛି ବର୍ଷ ରିଲେସନସିପରେ ରହିବା ପରେ ଦୁହେଁ ଜାନୁଆରୀ ୨୩ ତାରିଖ ୨୦୨୧୩ ମସିହାରେ ଆଥିୟାଙ୍କ ବାପା ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲାସ୍ଥିତ ଫାର୍ମହାଉସରେ ବିବାହ କରିଥିଲେ । ମାର୍ଚ୍ଚ ୨୪ ତାରିଖ ୨୦୨୫ ମସିହାରେ ସେମାନେ ଝିଅ ଇଭାରାକୁ ଜନ୍ମ ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଉଭୟେ ଝିଅ ଇଭାରାର ଫେସ୍ ରିଭିଲ୍ କରିନାହାଁନ୍ତି । ଆଥିୟାର କ୍ୟାରିଅର ବିଷୟରେ କହିବାକୁ ଗଲେ, ସେ ପ୍ରଥମେ ୨୦୧୫ ରେ “ହିରୋ” ଫିଲ୍ମ ସହିତ ବଲିଉଡରେ ଏଣ୍ଟ୍ରି କରିଥିଲେ । ପରେ ସେ “ମୁବାରକାନ” ଏବଂ “ମୋତିଚୁର ଚକନାଚୁର” ଭଳି ଫିଲ୍ମରେ କାମ କରିଥିଲେ । ଏବେ ସେମାନେ ଦୁହେଁ ସେମାନଙ୍କ ପାରିବାରିକ ଜୀବନକୁ ଉପଭୋଗ କରୁଛନ୍ତି ।
