Sunday, October 4, 2026
22.7 C
Odisha

    ନିଜକୁ ଜାଳିଦେଲେ ଯୁବକ: ୮୦ପ୍ରତିଶତ ପୋଡିଥିବା ସୂଚନା

    ଆଗକୁ ପଢନ୍ତୁ

    ବ୍ରହ୍ମପୁର :   ଜଣେ ଯୁବକ ନିଜକୁ ଜାଳି ଦେଇଛନ୍ତି । ସଙ୍କଟାପନ୍ନ ଅବସ୍ଥାରେ ଯୁବକଙ୍କୁ ଏମକେସିଜିରୁ କଟକ ଏସ୍‍ସିବିକୁ ସ୍ଥାନାନ୍ତର କରାଯାଇଛି । ଘଟଣା ଘଟିଛି ବ୍ରହ୍ମପୁର ବଡବଜାର ଥାନା ମେଣ୍ଟୁ ଛକରେ । ଯୁବକଙ୍କ ଶରୀରର ୮୦ପ୍ରତିଶତ ପୋଡି ଯାଇଥିବା ସୂଚନା ମିଳିଛି । ତେବେ ଯୁବକ ଜଣଙ୍କ ଏଭଳି ଚରମ ନିଷ୍ପତ୍ତି କାହିଁକି ନେଇଛନ୍ତି ତାହାର ପ୍ରକୃତ କାରଣ ଜଣାପଡିନାହିଁ । ହେଲେ ଯୁବକ ନିଜ ଦେହରେ ନିଆଁ ଲଗାଇବା ପୂର୍ବରୁ ଇନଷ୍ଟାଗ୍ରାମରେ ଏକ ମେସେଜ ପୋଷ୍ଟ କରି ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ‘ମୋର କିଛି ହେଲେ କାହାର ଦୋଷ ନାହିଁ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

     

    ସୂଚନାପ୍ରକାରେ, ପୁରୁଣା ବ୍ରହ୍ମପୁର ରାଧାକୃଷ୍ଣ ସାହିର ସୁରଜ ସାହୁ(୨୧) ବୁଧବାର ରାତି ୯ଟା ବେଳେ ମେଣ୍ଟୁ ଛକକୁ ଆସି ହଠାତ୍‌ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଛକ ଉପରେ ସେ ଜଳୁଥିବା ଦେଖି ସେଠାରେ ଉପସ୍ଥିତ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ନିଆଁ ଲିଭିବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଏମକେସିଜି ମେଡିକାଲକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ସୁରଜଙ୍କ ଶରୀର ଶତକଡା ୮୦ ଭାଗ ପୋଡି ଯାଇଛି। ତେବେ ସେ କେଉଁ କାରଣରୁ ଏଭଳି ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇ ପାରିନାହିଁ। ବଡବଜାର ଥାନା  ପୁଲିସ ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ