Thursday, September 10, 2026
24 C
Odisha

    ନିଜର ନୂଆ ଦଳର ନାଁ ଘୋଷଣା କଲେ ପ୍ରଶାନ୍ତ କିଶୋର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପୂର୍ବତନ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆନୁଷ୍ଠାନିକ ଭାବେ ରାଜନୀତିରେ ପ୍ରବେଶ କରିଛନ୍ତି। ପ୍ରଶାନ୍ତ କିଶୋର ବୁଧବାର ପାଟନାରେ ଆନୁଷ୍ଠାନିକ ଭାବେ ତାଙ୍କର ନୂଆ ରାଜନୀତିକ ଦଳର ନାଁ ଘୋଷଣା କରିଛନ୍ତି। ସେ ତାଙ୍କ ଦଳର ନାଁ ରଖିଛନ୍ତି ‘ଜନ ସୁରାଜ ପାର୍ଟି’। ପ୍ରଶାନ୍ତ କିଶୋର କହିଛନ୍ତି ଯେ, ତାଙ୍କ ଦଳ ଦୁଇ ବର୍ଷ ହେଲାଣି ସକ୍ରିୟ ଅଛି ଓ ନିକଟରେ ନିର୍ବାଚନ କମିଶନଙ୍କଠାରୁ ଏହାକୁ ଅନୁମତି ମିଳିଛି। ବିଜେପି ସହିତ ତାଙ୍କ ଦଳର ସଂପର୍କ ରହିଛି ବୋଲି ବିରୋଧୀ ଅଭିଯୋଗ କରୁଥିବାବେଳେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ଜନ ସୁରାଜ ପାର୍ଟି ହେଉଛି ଆରଏସଏସ ଓ ସଂଖ୍ୟାଲଘୁଙ୍କ ମିଶ୍ରଣ। ପାର୍ଟିର ନାଁ ଘୋଷଣା ଅବସରରେ ଏକ ବଡ଼ ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ବିହାରର ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଜରୁରୀ। ଆଗାମୀ ଏକ ଦଶନ୍ଧିରେ ବିହାରର ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ପାଇଁ ୫ ଲକ୍ଷ କୋଟି ଟଙ୍କା ଆବଶ୍ୟକ। ମଦ ବ୍ୟାନ ହୋଇଥିବାରୁ ବାର୍ଷିକ ରାଜ୍ୟ ୨୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛି। ସେହି ଅର୍ଥ ଆସିଥିଲେ ତାକୁ ଶିକ୍ଷା ସଂସ୍କାରରେ ବିନିଯୋଗ କରାଯାଇପାରିଥା’ନ୍ତା। ଯେତେବେଳେ ମଦ ଉପରୁ କଟକଣା ହଟିଯିବ, ସେଥିରୁ ଯେଉଁ ଅର୍ଥ ଆସିବ, ତାକୁ ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍ ଅବା ନେତାଙ୍କ ସୁରକ୍ଷା କ୍ଷେତ୍ରରେ ବିନିଯୋଗ କରାଯିବ ନାହିଁ। ଏହାକୁ କେବଳ ବିହାରରେ ଏକ ନୂଆ ଶିକ୍ଷା ବ୍ୟବସ୍ଥା ଗଠନରେ ବ୍ୟବହାର କରାଯିବ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    94 %
    1.6kmh
    100 %
    Thu
    27 °
    Fri
    28 °
    Sat
    29 °
    Sun
    28 °
    Mon
    30 °

    ସମ୍ବନ୍ଧିତ