Saturday, October 10, 2026
24.4 C
Odisha

    ନିଜ ପ୍ରଧାନମନ୍ତ୍ରୀଙ୍କୁ ନିନ୍ଦା କରି ମୋଦୀଙ୍କୁ ପ୍ରଶଂସାରେ ପୋତିଲେ ପାକ୍‌ ସାଂସଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତର ପ୍ରତିଆକ୍ରମଣରେ ଚକିତ ହୋଇଛି ପାକିସ୍ତାନ। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବାର ଚାରି ଦିନ ବି ହୋଇନାହିଁ ଏବଂ ପାକିସ୍ତାନର ନେତାମାନେ ନିଜ ସରକାରଙ୍କୁ ନିନ୍ଦା କରିବାକୁ ପଛାଉ ନାହାନ୍ତି।

    ଜଣେ ପାକିସ୍ତାନୀ ସାଂସଦ ନିଜ ସରକାରଙ୍କ ବିରୋଧରେ କଠୋର ଭାଷାରେ କହିବା ଆରମ୍ଭ କରିସାରିଛନ୍ତି। ଶୁକ୍ରବାର ଦିନ, ପାକିସ୍ତାନ ସଂସଦର ଏକ ସମାନ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସାଂସଦ ଶାହିଦ ଖଟ୍ଟର ନିଜ ସରକାରଙ୍କୁ କାପୁରୁଷ ବୋଲି କହୁଥିବାର ଶୁଣିବାକୁ ମିଳିଛି।

    ଖାଲି ଏତିକି ନୁହେଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାଘ ସହ ତୁଳନା କରି କହିଛନ୍ତି  ନରେନ୍ଦ୍ର ମୋଦୀଙ୍କ ନାଁ ନେବାକୁ ଆମକୁ ଡର ଲାଗୁଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବକୁ  ପ୍ରଶଂସା କରିଛନ୍ତି ପାକ୍‌ ସାଂସଦ।  ଏଠି ଆମେ କହିଦେଉଛୁ ଯେ,  ଗୁରୁବାର ରାତିରେ ପାକିସ୍ତାନ ପକ୍ଷରୁ  ଭାରତ ଉପରେ ଆକ୍ରମଣ  କରାଯିବାର ଚେଷ୍ଟା କରାଯାଇଥିଲା । କିନ୍ତୁ ଭାରତୀୟ ସେନା  ପାକ୍‌ର ସବୁ ଯୋଜନାକୁ ପଣ୍ଡ କରିଥିଲା। ଭାରତୀୟ ସେନାର କଡା ଜବାବରେ  ୨ ଏଫ୍‌-୧୬   ସମେତ  ପାକିସ୍ତାନର ୪ଟି ଫାଇଟର ଜେଟ୍‌କୁ ନଷ୍ଟ କରିଥିଲା ସେନା । ଏଥିସହିତ  ପାକିସ୍ତାନର ପଞ୍ଜାବରେ ଏକ ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ୍ ବିମାନକୁ ମଧ୍ୟ ଖସାଇ ଦେଇଛି । ଭାରତର  ଆକ୍ରମଣରେ ପାକିସ୍ତାନ ଏକପ୍ରକାର ଥରହର । ଚାରିଆଡୁ ପାକ୍‌କୁ ଘେରିଛି ଭାରତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ