Saturday, October 10, 2026
24.4 C
Odisha

    ଷ୍ଟକବଜାର ଉପରେ ଯୁଦ୍ଧ ପ୍ରଭାବ : ୨ ଦିନରେ ସେନସେକ୍ସ କମିଲା ୧୨୦୦ ପଏଣ୍ଟ

    ଆଗକୁ ପଢନ୍ତୁ

    ମୁମ୍ବାଇ : ଭାରତ ପାକିସ୍ତାନ ଉତ୍ତେଜନାର ପ୍ରଭାବର ଷ୍ଟକ ବଜାର ଉପରେ ପଡ଼ିଛି । ଶୁକ୍ରବାର ବିଏସଇ ସେନସେକ୍ସ ଏବଂ ଏନଏସଇ ନିଫଟି ୫୦ ପ୍ରାରମ୍ଭିକ ସେସନରୁ ହିଁ ନିମ୍ନଗାମୀ ଧାରା ଦେଖିଥିଲା। ସନ୍ଧ୍ୟାରେ କାରବାର ବନ୍ଦ ହେବା ବେଳକୁ, ସେନସେକ୍ସ ୮୮୦.୩୪ ପଏଣ୍ଟ ହ୍ରାସ ପାଇ ୭୯,୪୫୪.୪୭ ପଏଣ୍ଟରେ ବନ୍ଦ ହୋଇଥିଲା। ଯେତେବେଳେ ନିଫ୍ଟି ୫୦ ମଧ୍ୟ ୨୬୫.୮୦ ପଏଣ୍ଟ ହ୍ରାସ ପାଇ ୨୪,୦୦୮ ପଏଣ୍ଟରେ ବନ୍ଦ ହୋଇଥିଲା। ଏହା ନିବେଶକମାନଙ୍କୁ ବହୁତ କ୍ଷତି ପହଞ୍ଚାଇଛି।ଗୁରୁବାର ଦିନ ବି ସେନସେକ୍ସ ଓ ନିଫ୍ଟିରେ ହ୍ରାସ ପରିଲକ୍ଷିତ ହୋଇଥିଲା । ସେନସେକ୍ସପ୍ରାୟ ୪୧୧.୯୭ ପଏଣ୍ଟ ହ୍ରାସ ପାଇ ୮୦,୩୩୪ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନିଫଟି ୧୪୦ ପଏଣ୍ଟ ହ୍ରାସ ପାଇ ୨୪,୨୭୩ ପଏଣ୍ଟରେ ବନ୍ଦ ହୋଇଛି । ଗତ ୨ ଦିନରେ ସେନସେକ୍ସ ପ୍ରାୟ ୧୨୦୦ ପଏଣ୍ଟ ହ୍ରାସ ପାଇଛି । ଯୁଦ୍ଧ ଉତ୍ତେଜନା ଲାଗି ରହିଲେ ଆଗକୁ ବଜାର ଆହୁରି ନିମ୍ନଗାମୀ ହେବାର ଅଶଙ୍କା ରହିଛି ।

    ଅନ୍ୟପକ୍ଷରେ ପାକିସ୍ତାନର କରାଚୀ ଷ୍ଟକ ମାର୍କେଟରେ ପ୍ରବଳ ହ୍ରାସ ପରିଲକ୍ଷିତ ହୋଇଥିଲା ଓ ସୂଚକାଙ୍କ ଲୋୟର ସର୍କିଟ ଛୁଇଁବା ପରେ କାରବାରକୁ ବାଧ୍ୟ ହୋଇ ବନ୍ଦ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ