Sunday, September 13, 2026
28.7 C
Odisha

    ନିଜ ବିବାହରେ ସାଙ୍ଗମାନଙ୍କୁ ଏହି ସ୍ବତନ୍ତ୍ର ଉପହାର ଦେଲେ ଅନନ୍ତ ଅମ୍ବାନି

    ଆଗକୁ ପଢନ୍ତୁ

    ମୁମ୍ବାଇ: ମୁମ୍ବାଇର ଜିଓ ୱାର୍ଲଡ୍ କନ୍‌ଭେନ୍‌ସନ୍ ସେଣ୍ଟରେ ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବାହାଘର ଗତ ଜୁନ ୧୨ ତାରିଖରେ ଧୁମଧାମରେ ସମ୍ପର୍ଣ୍ଣ ହୋଇଯାଇଛି। ଏହି ବିବାହରେ ଦେଶବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା। ରାଜନୀତିଠାରୁ ଆରମ୍ଭ କରି ସିନେମା, କ୍ରୀଡ଼ା, ସଙ୍ଗୀତ ଓ ବ୍ୟବସାୟ ଜଗତର ଅନେକ ବିଶିଷ୍ଟ ଚେହେରାଙ୍କୁ ଏହି ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା। ଏହି ବହୁ ଚର୍ଚ୍ଚିତ ବିବାହକୁ ନେଇ ବହୁ ଦିନରୁ ବିଭିନ୍ନ କାର୍ଯ୍ୟକ୍ରମ ଦେଶବିଦେଶରେ ଆୟୋଜନ ହେଉଥିଲା। ଏକ ଆକଳନ ଅନୁସାରେ ଅମ୍ବାନି ପରିବାର ବିବାହରେ ପ୍ରାୟ ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

    ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁକେଶ ଅମ୍ବାନି ଓ  ଅନନ୍ତ ଅମ୍ବାନି ବିବାହରେ ଭିଆଇପି ଅତିଥିମାନଙ୍କୁ ସ୍ବତନ୍ତ୍ର  ଉପହାର ଦେଇଛନ୍ତି। ଏହି ସ୍ବତନ୍ତ୍ର ଉପହାରରେ ଭିଆଇପିମାନଙ୍କୁ ଘଡ଼ି ପ୍ରଦାନ କରାଯାଇଥିଲା। ଯାହାର ମୂଲ୍ୟ ୧.୫ କୋଟିରୁ ୨କୋଟି ଟଙ୍କା ମଧ୍ୟରେ ରହିଛି।  ଅନନ୍ତ ତାଙ୍କ ବ୍ୟବସାୟୀ ଓ ସାଙ୍ଗମାନଙ୍କୁ ଦେବାପାଇଁ ସ୍ବତନ୍ତ୍ର ଭାବେ  ୨୫ ଖଣ୍ଡ ଘଡ଼ି ଅର୍ଡର ଦେଇ ମଗାଇଥିଲେ। ଶାହରୁଖ ଖାନଙ୍କ ଠାରୁ ଆରମ୍ଭ କରି ରଣବୀର ସିଂହ ପର୍ଯ୍ୟନ୍ତ ସମସ୍ତେ ଅନନ୍ତଙ୍କ ପ୍ରଦତ୍ତ ଏହି ଘଡ଼ିକୁ ଦେଖାଇଥିବା ନଜର ଆସିଛନ୍ତି। ଅନନ୍ତଙ୍କ ଏହି ଦାମି ବିବାହ କେବଳ ଦେଶରେ ନୁହେଁ ଦେଶ ବାହାରେ ବି ଚର୍ଚ୍ଚାରେ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ