Thursday, October 8, 2026
30.4 C
Odisha

    ଅଭିଷେକ ବଚ୍ଚନଙ୍କୁ ଛାଡି ସଲମାନ ଖାନଙ୍କ ନିକଟତର ହେଲେ ଐଶ୍ୱର୍ଯ୍ୟା

    ଆଗକୁ ପଢନ୍ତୁ

    ମୁମ୍ବାଇ: ଭାରତର ସବୁଠୁ ବଡ଼ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଜୁଲାଇ ୧୨ ରେ ରାଧିକା ମର୍ଚ୍ଚାଣ୍ଟଙ୍କୁ ବିବାହ କରିଛନ୍ତି। ଯେଉଁଥିରେ କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ଅନେକ ବଡ଼ବଡ଼ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରିଥିଲେ। କିନ୍ତୁ ଏହି ସମୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ସଲମାନ ଖାନଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅମ୍ବାନୀ ପରିବାରର କୌଣସି କାର୍ଯ୍ୟକ୍ରମରେ ନିଜ ପରିବାର ସହିତ ଦେଖା ଦେଇ ନ ଥିଲେ। ସେ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ସହ ଯୋଗ ଦେଇଥିଲେ। ଏହା ଦେଖି ପ୍ରଶଂସକମାନେ ଅନୁମାନ କରିବା ଆରମ୍ଭ କରିଛନ୍ତି ଯେ ଐଶ୍ୱର୍ଯ୍ୟା ବର୍ତ୍ତମାନ ବଚ୍ଚନ ପରିବାରଠାରୁ ସବୁଦିନ ପାଇଁ ନିଜକୁ ଦୂରେଇ ରଖିବାର ଯୋଜନା କରୁଛନ୍ତି।

    ଏସବୁ ବ୍ୟତୀତ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଶୀଘ୍ର ଛାଡପତ୍ର ହୋଇପାରନ୍ତି ବୋଲି ଖବର ମଧ୍ୟ ରହିଛି। ତେବେ କିଛି ଦିନ ପରେ ସୋସିଆଲ ମିଡିଆରେ ଦୁହିଁଙ୍କ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହି ଫଟୋ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଆନନ୍ଦିତ ହୋଇଥିଲେ।

    ଅଭିଷେକ ବଚ୍ଚନଙ୍କ ସହ ଥିବା ସମସ୍ୟା ମଧ୍ୟରେ ଐଶ୍ୱର୍ଯ୍ୟା ରାୟଙ୍କର ଆଉ ଏକ ଫଟୋ ଚର୍ଚ୍ଚାରେ ଅଛି। ଯେଉଁଥିରେ ସେ ସଲମାନ ଖାନ ଏବଂ ତାଙ୍କ ଭଉଣୀ ଅର୍ପିତା ଖାନଙ୍କ ସହ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା। ଏହି ଫଟୋରେ ଦେଖିବାକୁ ମିଳୁଛି ଯେ ଅଭିନେତ୍ରୀ ତାଙ୍କ ପୂର୍ବତନ ପ୍ରେମିକା ସଲମାନ ଖାନଙ୍କ ହାତ ଧରିଛନ୍ତି ଏବଂ ଦୁହେଁ ଏକାଠି ହସୁଛନ୍ତି। ଏହି ଫଟୋ ଭାଇରାଲ ହେବା ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ ଅଭିଷେକ ବଚ୍ଚନଙ୍କଠାରୁ ଦୂରେଇ ଐଶ୍ୱର୍ଯ୍ୟା ରାୟ ଏବଂ ସଲମାନ ଖାନ ପୁଣି ଥରେ ଘନିଷ୍ଠ ବନ୍ଧୁ ହୋଇଛନ୍ତି। ତେବେ ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଫଟୋରେ କୌଣସି ସତ୍ୟତା ନାହିଁ। ଏହି ଫଟୋ ବାସ୍ତବ ନୁହେଁ । ଏହା ଏଆଇ ଦ୍ୱାରା କରାଯାଇଛି। ସଲମାନ ଖାନଙ୍କ ସହ ଛିଡା ହୋଇଥିବା ଐଶ୍ୱର୍ଯ୍ୟା ରାୟ ଫଟୋରେ ନାହାନ୍ତି। ଏହି ଫଟୋଟି ସମ୍ପୂର୍ଣ୍ଣ ନକଲି। ଦୁଇଟି ଭିନ୍ନ ଫଟୋଗ୍ରାଫ୍ ମିଶ୍ରଣ କରି ଏହି ଫଟୋ ପ୍ରସ୍ତୁତ କରାଯାଇଛି। ପ୍ରକୃତ ଫଟୋରେ ସଲମାନ ଖାନ ତାଙ୍କ ଭଉଣୀ ଅର୍ପିତା ଖାନଙ୍କ ସହ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.4 ° C
    30.4 °
    30.4 °
    58 %
    3.2kmh
    4 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ