Friday, June 12, 2026
39 C
Odisha

    ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମାଗଣା ବସ୍‌ରେ ଯିବେ ନିଟ୍‌ (UG) ପରୀକ୍ଷାର୍ଥୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ନିଟ୍ ୟୁଜି ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା ଘୋଷଣା କଲେ ରାଜ୍ୟ ସରକାର । ଆଡମିଟ୍‌ କାର୍ଡ ଦେଖାଇ ପରୀକ୍ଷାର୍ଥୀ OSRTC ବସରେ ମାଗଣାରେ ଯାଇପାରିବେ । ପରୀକ୍ଷା କେନ୍ଦ୍ରରେ ସହଜରେ ପହଞ୍ଚିବା ପାଇଁ ମାଗଣା ବସ୍‌ ସେବା । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗର ନିର୍ଦ୍ଦେଶ ଦେଇଛି । ଆସନ୍ତା ୨୧ ତାରିଖରେ ନିଟ (UG) ପୁନଃପରୀକ୍ଷା ହେବ । ରାଜ୍ୟର ୧୩୪ଟି ପରୀକ୍ଷା କେନ୍ଦ୍ରରେ ୫୬,୯୮୩ ଜଣ ପରୀକ୍ଷା ଦେବେ ଛାତ୍ରୀଛାତ୍ର ।

    ମାଗଣାରେ ବସ୍ ସେବା ଉପଲବ୍ଧ କରାଯାଇଥିବା ସ୍ଥାନଗୁଡ଼ିକ ଗୁଡ଼ିକ ହେଉଛି- ଅନୁଗୋଳ, ବଲାଙ୍ଗିର, ବାଲେଶ୍ୱର, ବାରିପଦା, ବ୍ରହ୍ଣପୁର, ଭଦ୍ରକ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନବରଙ୍ଗପୁର, ରାୟାଗଡ଼ା, ଭାବାନୀପାଟଣା, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଜୟପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା, ଫୁଲବାଣୀ, ପୁରୀ, ରାଇରଙ୍ଗପୁର, ସମ୍ବଲପୁର, ରାଉରକେଲା ସମେତ ପରାଳାଖେମୁଣ୍ଡି ଆଦି ସ୍ଥାନରେ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯାଇଛି ।

    NEET ପରୀକ୍ଷା ଜୁନ ୨୧ ତାରିଖ ଅପରାହ୍ନ ୨ଟାରୁ ୫ଟା ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଓଡ଼ିଶାର ୨୭ଟି ସହରର ୧୩୪ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୫୬,୯୮୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ । ପରୀକ୍ଷା ସମୟରେ ଟ୍ରାଫିକ ପରିଚାଳନା, ମହିଳା ପରୀକ୍ଷାର୍ଥୀ ଏବଂ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା, ସିସିଟିଭି ଓ ପରୀକ୍ଷା କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବାକୁ ମଧ୍ୟ ନିଷ୍ପତି ନିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39 ° C
    39 °
    39 °
    30 %
    1.9kmh
    30 %
    Fri
    40 °
    Sat
    41 °
    Sun
    41 °
    Mon
    42 °
    Tue
    41 °

    ସମ୍ବନ୍ଧିତ