Thursday, August 20, 2026
30.1 C
Odisha

    ବାରଙ୍ଗ ଷଣ୍ଢପୁର ନିକଟରେ କେନାଲରେ ପଶିଗଲା ହାଇଓ୍ବା, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

    ଆଗକୁ ପଢନ୍ତୁ

    ବାରଙ୍ଗ : ବାରଙ୍ଗ ଷଣ୍ଢପୁର ନିକଟରେ କେନାଲରେ ପଶିଗଲା ହାଇଓ୍ବା । ରାସ୍ତା କଡ଼ରେ ଏକ ଗଛକୁ ଧକ୍କା ଦେଇ ପୁରୀ ମୁଖ୍ୟ କେନାଲରେ ପଶିଯାଇଥିଲା । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର । ଘଟଣାସ୍ଥଳରୁ ଚାଳକ ଫେରାର ହୋଇଯାଇଛି ।

    ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ଦ୍ରୁତଗାମୀ ହାଇଓ୍ବା ଷଣ୍ଢପୁର ନିକଟରେ ପୁରୀ ମୁଖ୍ୟ କେନାଲ ଭିତରକୁ ପଶିଯାଇଥିଲା । ଗାଡ଼ିଟି ବାରଙ୍ଗ ପଟୁ ଗୋଡିସାହି ଅଭିମୁଖେ ଆସିବା ବେଳେ ଏହି ଦୁର୍ଘଟଣା ଘଟିଛି । ଚାଳକର ଆଖି ଲାଗିଯିବାରୁ ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଗଛରେ ଧକ୍କା ହୋଇ କେନାଲ ମଧ୍ୟକୁ ଖସି ପଡିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଦୁର୍ଘଟଣା ପରେ ଚାଳକ ଫେରାର ହୋଇଯାଇଥିବାର ଜଣାପଡିଛି। ଖବର ପାଇ ଗୋଡିସାହି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.1 ° C
    30.1 °
    30.1 °
    66 %
    3.1kmh
    85 %
    Thu
    30 °
    Fri
    30 °
    Sat
    25 °
    Sun
    26 °
    Mon
    28 °

    ସମ୍ବନ୍ଧିତ