Monday, June 2, 2025
31.8 C
Odisha

    ନିମୋନିଆ ହେଲେ ଯେଉଁ ଚିକିତ୍ସା କରାଯାଏ, ଏଚ୍‌ଏମ୍‌ପିଭିରେ ମଧ୍ୟ ସମାନ ଚିକିତ୍ସା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଏଚ୍‌ଏମ୍‌ପିଭି ନେଇ ବର୍ତ୍ତମାନ ସୁଦ୍ଧା କିଛି ଗାଇଡଲାଇନ ଏଯାଏଁ ଆସିନି। କେନ୍ଦ୍ର ଓ ଏନ୍‌ସିଡିସିର ବୈଷୟିକ ପରାମର୍ଶଦାତା କମିଟିର ନିର୍ଦେଶକୁ ଅପେକ୍ଷା କରାଯାଇଛି । ଗାଇଡଲାଇନ୍ ଆସିଲେ ତାକୁ ପାଳନ କରାଯିବ । ଏଚ୍‌ଏମ୍‌ପି ଭାଇରସ୍‌କୁ ନେଇ ପ୍ରତିକ୍ରିୟା ରଖି ଏଭଳି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି, ଏ ରୋଗର ଲକ୍ଷଣ ହେଉଛି ଥଣ୍ଡା, ଜ୍ୱର, କାଶ, ତାପରେ ନିମୋନିଆ ହୋଇପାରେ। ଏହି ରୋଗର କୌଣସି ସ୍ଵତନ୍ତ୍ର ଟ୍ରିଟମେଣ୍ଟ ନାହିଁ। ନିମୋନିଆ ହେଲେ ଯେଉଁ ଟ୍ରିଟମେଣ୍ଟ ଚାଲେ, ଏଚ୍‌ଏମ୍‌ପିଭିରେ ମଧ୍ୟ ସମାନ ଟ୍ରିଟମେଣ୍ଟ । କୋଭିଡ ସମୟରୁ ସବୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା ଅଛି। ବିଭାଗ ପ୍ରସ୍ତୁତ ଅଛି, ସର୍ଭେଲାନ୍ସ ଚାଲିଛି। ଏହି ରୋଗର ସିଭିଆରିଟି ବିଶେଷ ନାହିଁ। ଜିଲ୍ଲାଗୁଡିକୁ ସର୍ଭେଲାନ୍ସ ନିର୍ଦେଶ ଦିଆଯାଇଛି। ସଂକ୍ରମଣ ସମୟରେ ଔଷଧ ଓ ଅକ୍ସିଜେନ, ଷ୍ଟେରୋଏଡ ମହଜୁଦ ରଖିବାକୁ ହସ୍ପିଟାଲ ଗୁଡିକୁ ନିର୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.8 ° C
    31.8 °
    31.8 °
    34 %
    3.3kmh
    19 %
    Mon
    39 °
    Tue
    38 °
    Wed
    39 °
    Thu
    40 °
    Fri
    41 °

    ସମ୍ବନ୍ଧିତ