Thursday, March 19, 2026
20.8 C
Odisha

    ନିରାଶ ହେଲେ ହେମନ୍ତ ସୋରେନ, ମେ’ ୬ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି । ହାଇକୋର୍ଟଙ୍କ ଆବେଦନ ଉପରେ ରାୟ ପ୍ରଦାନରେ ବିଳମ୍ବକୁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ ହେମନ୍ତ ସୋରେନ । ଯାହାକୁ ନେଇ ଜାମିନ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏଥିରେ ଆବେଦନର ଶୁଣାଣି ମେ’ ୬ରେ ହେବ ବୋଲି ଲେଖାଯାଇଛି।
    ହେମନ୍ତ ସୋରେନ ନିଜ ଆବେଦନରେ ଲେଖିଥିଲେ ଯେ, ନିର୍ବାଚନ ସମୟରେ ପ୍ରଚାର ପାଇଁ ତାଙ୍କୁ ଜେଲରୁ ବାହାରକୁ ଯିବାକୁ ଅନୁମତି ଦିଆଯାଉ। ଝାଡଖଣ୍ଡ ହାଇକୋର୍ଟ ଏହି ଆବେଦନ ଉପ‌ରେ ଶୁଣାଣି ନକରି ଫେବୃଆରୀ ୨୮ରୁ ରାୟ ସଂରକ୍ଷିତ ରଖିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟ ଏହାର ନିଷ୍ପତ୍ତି ଦେବା ଉଚିତ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୬ରେ ଅନୁଷ୍ଠିତ ହେବ। ଶୁଣାଣି ସମୟରେ ସୋରେନଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଇଡିକୁ ନୋଟିସ ଜାରି କରିଛନ୍ତି। ଇଡି କୋର୍ଟରେ ଉତ୍ତର ଦେବାକୁ ବାଧ୍ୟ ବୋଲି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.8 ° C
    20.8 °
    20.8 °
    69 %
    1.5kmh
    100 %
    Thu
    32 °
    Fri
    34 °
    Sat
    34 °
    Sun
    35 °
    Mon
    36 °

    ସମ୍ବନ୍ଧିତ