Sunday, March 22, 2026
23.7 C
Odisha

    ନିର୍ଦ୍ବନ୍ଦରେ ଆଇସିସି ଅଧ୍ୟକ୍ଷ ନିର୍ବାଚିତ ହେଲେ ଜୟ ଶାହା

    ଆଗକୁ ପଢନ୍ତୁ

    ମୁମ୍ବାଇ: ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହା ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ୩୫ ବର୍ଷ ବୟସରେ ଆଇସିସିର ସର୍ବକନିଷ୍ଠ ଚେୟରମ୍ୟାନ୍‌ ହେବାର ରେକର୍ଡ କରିଛନ୍ତି। କ୍ରିକେଟର ଏହି ସର୍ବୋଚ୍ଚ ପଦରେ ଅବସ୍ଥାପିତ ହେବାରେ ଶାହା ପଞ୍ଚମ ଭାରତୀୟ ପାଲଟିଛନ୍ତି। ପୂର୍ବରୁ ଜଗମୋହନ ଡାଲମିୟା, ଶରଦ ପାଓ୍ବାର, ଏନ୍‌ ଶ୍ରୀନିବାସନ୍‌ ଓ ଶଶାଙ୍କ ମନୋହର ଯୋଶୀ ଆଇସିସିର ମୁଖ୍ୟ ଭାବରେ କାର୍ଯ୍ୟ କରିସାରିଛନ୍ତି। ବର୍ତ୍ତମାନର ଆଇସିସି ଚେୟାରମ୍ୟାନ୍‌ ରହିଥିବା ନ୍ୟୁଜିଲାଣ୍ଡର ଗ୍ରେଗ୍‌ ବାର୍କଲେ ତୃତୀୟ ଥର ସଭାପତି ଦୌଡରୁ ଓହରିବା ପରେ ଏକମାତ୍ର ପ୍ରତ୍ୟାଶୀ ଭାବରେ ଶାହା ନାମାଙ୍କନ ଦାଖଲ କରିଥିଲେ। ନଭେମ୍ବର ୩୦ ତାରିଖରେ ବାର୍କଲେଙ୍କ କାର୍ଯ୍ୟକାଳର ଅନ୍ତିମ ଦିନ ହୋଇଥିବାରୁ ଡିସେମ୍ବର ୧ ତାରିଖରେ ଶାହା ନୂତନ ଦାୟିତ୍ୱ ଗ୍ରହଣ କରିବେ। ୨୦୧୯ରେ ପ୍ରଥମ ଥର ବିସିସିଆଇ ସମ୍ପାଦକ ହୋଇଥିବା ଶାହା ଜାନୁଆରୀ ୨୦୨୧ରେ ଏସିଆନ କ୍ରିକେଟ କାଉନ୍‌ସିଲର ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ନିର୍ବାଚିତ ହେବା ପରେ ଶାହା ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କ୍ରିକେଟକୁ ବିଶ୍ୱସ୍ତରରେ ପ୍ରସିଦ୍ଧ କରିବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି। ଆସନ୍ତା ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଥିବା ବେଳେ ଏହା ଲଞ୍ଚପ୍ୟାଡ ଭଳି କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ଆଇସିସିର ଟିମ ଓ ସଦସ୍ୟ ରାଷ୍ଟ୍ର ମାନଙ୍କ ସହ ମିଳିତ ଭାବରେ ସେ କ୍ରିକେଟକୁ ଏକ ଗ୍ଲୋବାଲ ସ୍ପୋଟର୍‌ସରେ ପରିଣତ କରିବେ ବୋଲି କହିଛନ୍ତି ଶାହା। କ୍ରିକେଟରେ ଏକାଧିକ ଫର୍ମାଟ ମଧ୍ୟରେ ସମନ୍ବୟ ଓ ନୂତନ ବୈଷୟିକ କୌଶଳର ବ୍ୟବହାର ଉପରେ ମଧ୍ୟ ସେ ଗୁରୁତ୍ୱ ଦେବେ ବୋଲି ଶାହା କହିଛନ୍ତି। ଆସନ୍ତା ଲସ୍‌ ଏଞ୍ଜେଲ୍ସ ଗେମ୍‌ କ୍ରିକେଟ୍‌କୁ ବିଶ୍ୱର ଘରେ ଘରେ ଲୋକପ୍ରିୟ କରିବା ନେଇ ସେ ଆଶା କରୁଥିବା କହିଛନ୍ତି ଶାହା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.7 ° C
    23.7 °
    23.7 °
    29 %
    1.7kmh
    17 %
    Sun
    24 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ