Saturday, October 10, 2026
23.3 C
Odisha

    ୪ ବ୍ରାଉନସୁଗର ବେପାରୀ ଗିରଫ

    ଆଗକୁ ପଢନ୍ତୁ

    ପୁରୀ : ଅପରେସନ ଚକ୍ର ଅଭିଯାନରେ ପୁଣି ୪ ପେଷାଦାର ବ୍ରାଉନସୁଗର ବେପାରୀ ଗିରଫ । ପୁରୀ ଟାଉନ ଥାନା ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। କୁସୁନୁ ଖୁଣ୍ଟିଆ ଜାଗାପାଖରେ ଜଣେ ଆନ୍ତଃଜିଲ୍ଲା ବ୍ରାଉନ ସୁଗର ବେପାରୀ ୩ଜଣ ସ୍ଥାନୀୟ ବେପାରୀଙ୍କ ସହ ଡିଲ୍ କରୁଥିବା ବେଳେ ସମସ୍ତଙ୍କୁ ଗିରଫ କରିଥିଲା ଟାଉନ ଥାନା ପୋଲିସ ।

    ସେମାନଙ୍କଠାରୁ ୧୫ ଗ୍ରାମ ବ୍ରାଉନ ସୁଗର , ୪ଟି ମୋବାଇଲ ଫୋନ୍, କିଛି ନଗଦ ଟଙ୍କା, ଗୋଟିଏ ବାଇକ୍ ଓ ଗୋଟିଏ ସ୍କୁଟି ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବ୍ରାଉନସୁଗର କାରବାର ମାମଲା ସହ ଦାଦାବଟି, ଚୋରି, ଆକ୍ରମଣ ଓ ହତ୍ୟା ଉଦ୍ୟମ ପରି ସଙ୍ଗିନ୍ ମାମଲା ବିଭିନ୍ନ ଥାନାରେ ରହିଛି । ଗିରଫ ଅଭିଯୁକ୍ତମାନେ ହେଲେ ଲିପୁ ଓରଫ ଜ୍ୟୋତି ରଞ୍ଜନ ଶତପଥୀ , ଗୁଡୁ ଓରଫ ରାକେଶ ସାହୁ,ବିଭୁ ଓରଫ ବିଶ୍ଵଜିତ ନାୟକ ଓ ହିମାଂଶୁ ଶେଖର ନାୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    75 %
    1.7kmh
    3 %
    Fri
    23 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ