Wednesday, June 10, 2026
39.8 C
Odisha

    ନିର୍ବନ୍ଧ ପାଇଁ ଯାଉଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପରିବାରର ସମସ୍ତେ ମୃତ

    ଆଗକୁ ପଢନ୍ତୁ

    ମୁମ୍ବାଇ : ମହାରାଷ୍ଟ୍ର ଜଳଗାଁ ଜିଲ୍ଲାରେ ଅମଲମେର ତହସିଲରେ ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍, କାର୍ ଏବଂ ଏସଟି ବସ୍ ଧକ୍କା ହେବା ଯୋଗୁଁ ୬ ଜଣଙ୍କ ଘଟଣା ସ୍ଥଳରେ ଜୀବନ ଚାଲିଯାଇଛି । ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି ।

    ଖବର ମୁତାବକ, ମଙ୍ଗଳବାର ସକାଳ ୭ଟା ସମୟରେ ଅମଲନେର-ଧୂଲେମାର୍ଗରେ ମଙ୍ଗରୁଲ ଗାଁ ନିକଟରେ ହୋଇଛି । ଅମଲନେରରୁ ଧୁଲେ ଯାଉଥିବା ଏକ ବାଇକକୁ ଏବଂ ଏସଟି ବସକୁ ସାମ୍ନାକୁ ଆସୁଥିବା କାର୍ ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ବାଇକ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ବାଇକ୍ ଚାଳକଙ୍କ ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିବା ବେଳେ କାରରେ ଥିବା ୫ ଜଣଙ୍କ ଜୀବନ ମଧ୍ୟ ଚାଲିଯାଇଥିଲା ।

    ସମସ୍ତ ମୃତକଙ୍କ ପରିଚୟ ମିଳିଛି । ସମସ୍ତେ ଗୁଜରାଟର ବାସିନ୍ଦା । ସମସ୍ତେ ଅମଲନେରରେ ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ । ଦୁର୍ଘଟଣା ବିଷୟରେ ଖବର ପାଇଁ ୧୧୨ ଟିମ୍, ପୋଲିସ ଏବଂ ଆମ୍ବୁଲାନ୍ସ ପହଞ୍ଚିଥିଲା । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସପିଟାଲକୁ ପଠାଯାଇଛି । ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    39.8 ° C
    39.8 °
    39.8 °
    25 %
    4.1kmh
    51 %
    Wed
    42 °
    Thu
    42 °
    Fri
    41 °
    Sat
    40 °
    Sun
    42 °

    ସମ୍ବନ୍ଧିତ