Wednesday, June 10, 2026
39.8 C
Odisha

    କୋଶୀ ନଦୀରେ ମଝିରେ ଓଲଟି ପଡିଲା ଡଙ୍ଗା, ୩ ଜଣ ହସ୍ପିଟାଲରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ବିହାର : ବିହାରର ସୁପୌଲରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଜି ସାରାଗଡ଼ର ସ୍ଥିତ ବନାଇନିଆ ଘାଟରେ କୋଶୀ ନଦୀରେ ଏକ ଡଙ୍ଗା ଦୁର୍ଘଟଣା ମାମଲା ଦେଖିବାକୁ ମିଳିଛି । ଫଳରେ ଘଟଣାସ୍ଥଳରେ ଆତଙ୍କ ସୃଷ୍ଟି କରିଛି । ପ୍ରାୟ ୨୦ ରୁ ୨୫ ଜଣ ଲୋକ କ୍ଷେତରେ କାମ କରିବା ପାଇଁ ନଦୀ ପାର ହେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଅତ୍ୟଧିକ ଲୋକ ଥିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡିଛି ।

    ସୂଚନାନୁଯାୟୀ, ଡଙ୍ଗାଟିରେ ଅଧିକ ମହିଳା ଶ୍ରମିକ ଥିଲେ ।  ସବୁଦିନ ପରି ସେମାନେ କ୍ଷେତରେ କାମ କରିବା ପାଇଁ ନଦୀ ପାର ହେଉଥିଲେ । ସେହି ଡଙ୍ଗାରେ କିଛି ପିଲା ମଧ୍ୟ ଥିଲେ । ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିଲା । ଦୁର୍ଘଟଣାର ଖବର ପାଇ ଡଙ୍ଗା ଯାତ୍ରୀଙ୍କ ପରିବାର ସଦସ୍ୟ ଏବଂ ବହୁ ସଂଖ୍ୟକ ଗ୍ରାମବାସୀ ବଣାଇନିଆ ଘାଟକୁ ଧାଇଁ ଆସିଥିଲେ । ସ୍ଥାନୀୟ ପ୍ରଶାସନ ଏବଂ ଗ୍ରାମବାସୀ ମିଳିତ ଭାବରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ କରିଥିଲେ ଏବଂ ସମସ୍ତ ଯାତ୍ରୀଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ । ଏଥିସହ ଡଙ୍ଗାରେ ଥିବା ଅଧିକାଂଶ ଯାତ୍ରୀ ପହଁରି ସୁରକ୍ଷିତ ସ୍ଥାନକୁ ଫେରିବାରେ ସଫଳ ହୋଇଥିଲେ । ତଥାପି, ନଦୀରୁ ୩ ଜଣ ପିଲାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେମାନେ ଚିକିତ୍ସାଧୀନ ଅଛନ୍ତି । ହେଲେ ଏପର୍ଯ୍ୟନ୍ତ ବୁଡ଼ିଯିବା କିମ୍ବା ନିଖୋଜ ହେବା ସରକାରୀ ଭାବରେ ନିଶ୍ଚିତ ହୋଇନାହିଁ । ଯାହା ବଡ଼ ଆଶ୍ବସ୍ତି ଦେଇଛି ।

    ଅନ୍ୟପଟେ ଦୁର୍ଘଟଣାର କାରଣ ଜାଣିବାକୁ ବର୍ତ୍ତମାନ ପ୍ରଶାସନ ଦ୍ୱାରା ଘଟଣାର ତଦନ୍ତ କରାଯାଉଛି । ଡଙ୍ଗାରେ ଓଭରଲୋଡିଂ ଏହି ଦୁର୍ଘଟଣାର ପ୍ରାଥମିକ କାରଣ ବୋଲି ସନ୍ଦେହ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    39.8 ° C
    39.8 °
    39.8 °
    25 %
    4.1kmh
    51 %
    Wed
    42 °
    Thu
    42 °
    Fri
    41 °
    Sat
    40 °
    Sun
    42 °

    ସମ୍ବନ୍ଧିତ